ଟୁଇନ୍‌ ସିଟିରେ ୨୪୦ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା, କମିସନରେଟ ପୁଲିର ବ୍ୟାପକ ପ୍ରସ୍ତୁତି

Advertisment
ଟୁଇନ୍‌ ସିଟିରେ ୨୪୦ ମଣ୍ଡପରେ ମା’ଙ୍କ ପୂଜାର୍ଚ୍ଚନା, କମିସନରେଟ ପୁଲିର ବ୍ୟାପକ ପ୍ରସ୍ତୁତି

ଭୁବନେଶ୍ୱର: ଦଶହରା ଅବସରରେ ଜଗତ ଜନନୀ ମା’ଦୁର୍ଗାଙ୍କ ପୂଜା ପାଇଁ ଟୁଇନ୍‌ ସିଟି ଚଳଚଞ୍ଚଳ ଥିବା ବେଳେ, ସୁରକ୍ଷା ବ୍ୟବସ୍ଥା ପାଇଁ କମିସନରେଟ ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇ ଯାଇଛି। କଟକର ୧୭୧ ପେଣ୍ଡାଲରେ ମା’ ଦୁର୍ଗାଙ୍କୁ ପୂଜା କରାଯାଉଥିବା ବେଳେ, ଭୁବନେଶ୍ୱରରେ ୧୬୯ଟି ମଣ୍ଡପରେ ମା’ ଦୁର୍ଗା ପୂଜା ପାଉଛନ୍ତି। ଆଶ୍ୱିନ ଶୁକ୍ଳପକ୍ଷ ଷଷ୍ଠୀ ତିଥି ଅବସରରେ ମଙ୍ଗଳବାର ସନ୍ଧ୍ୟାରେ ମା’ଙ୍କ ପୂଜା ଆରମ୍ଭ ହେବ। ଅଷ୍ଟମୀ ଅବସରରେ ଗୁରୁବାର ଠାରୁ ପୂଜା ମଣ୍ଡପମାନଙ୍କରେ ଦର୍ଶକ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ରହିବ।

କଟକରେ ୫୪ ପ୍ଲାଟୁନ ଫୋର୍ସ ମୁତୟନ ହେବେ। ପୂଜା ସମୟରେ ସୁରକ୍ଷା ବ୍ୟବସ୍ଥାରେ ୪ଜଣ ଅଫିସର ନିଯୁକ୍ତି ହେବେ। ୨ କମ୍ପାନୀ ସିଆରପିଏଫ୍‌ ଓ ଏସ୍‌ଓଜି ମୁତୟନ ହେବେ। ସେହିଭଳି ଭୁବନେଶ୍ୱରରେ ୨୫ ପ୍ଲାଟୁନ ଫୋର୍ସ ଓ ୨୦୦ ଅଫିସର ଦୁର୍ଗା ପୂଜା ଉପରେ ନଜର ରଖିବେ। ଏଥି ସହିତ ପ୍ରତି ପୂଜା ପେଣ୍ଡାଲରେ ସିସିଟିଭି କ୍ୟାମେରା ଲଗାଯିବା ସହିତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe