ରାଜଧାନୀରେ ନୂଆଁଖାଇ ଭେଟଘାଟ୍ ପାଇଁ ପ୍ରସ୍ତୁତି ବୈଠକ

Advertisment
ରାଜଧାନୀରେ ନୂଆଁଖାଇ ଭେଟଘାଟ୍ ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ୱର: ଭୁବନେଶ୍ୱରରେ ନୂଆଁଖାଇ ପରିବାର ତରଫରୁ ଆସନ୍ତା ସେପ୍ଟେମ୍ବର ୨୩ ତାରିଖରେ ହେବାକୁ ଥିବା ନୂଆଁଖାଇ ଭେଟଘାଟ୍ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏଠାରେ ଇଷ୍ଟଦେବୀଙ୍କ ପାଖରେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମର ପ୍ରଥମ ନିମନ୍ତ୍ରଣ ଦିଆଯିବା ସହ ଆଗାମୀ କାର୍ଯ୍ୟକ୍ରମର ବିଭିନ୍ନ ଦିଗ ବିଷୟରେ ଆଲୋଚନା ହୋଇଥିଲା।

ଭୁବନେଶ୍ୱର ସ୍ଥିତ ୟୁନିଟ୍ -୪ର ଅଟଳ ଭବନଠାରେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ସବ୍ୟସାଚୀ ମହାପାତ୍ରଙ୍କ ସଭାପତିତ୍ବରେ ନୂଆଁଖାଇ ପରିବାରର ଏକ ବୈଠକ ବସିଥିଲା। ଏଠାରେ ଆଗାମୀ ସେପ୍ଟେମ୍ବର ୨୩ ତାରିଖରେ ଭୁବନେଶ୍ୱରରେ ହେବାକୁ ଥିବା ନୂଆଁଖାଇ ଭେଟଘାଟ -୨୦୨୨ ବିଷୟରେ ସବିଶେଷ ଆଲୋଚନା ହୋଇଥିଲା। ଏହି ବୈଠକରେ ପ୍ରବୋଧ ରଥ, ଶ୍ରୀମୟୀ ମିଶ୍ର, ପ୍ରେମାନିଧି ସେଠ, ଇନ୍ଦ୍ରମଣି ତ୍ରିପାଠୀ, ପଲ୍ଲବୀ ହୋତା, ଆଶିଷ ମିଶ୍ର, ପୁରନ୍ଦର ନନ୍ଦ, ଶୁଭାଶିଷ ମିଶ୍ର, ସଞ୍ଜୟ ତ୍ରିପାଠୀ, ସୁଜିତ କରଣ, ଦୁଃଖୀଶ୍ୟାମ ଭଞ୍ଜ ଓ ପଙ୍କଜ ସାହୁ ପ୍ରମୁଖ ଉପସ୍ଥିତ ରହି ନୂଆଁଖାଇ ଭେଟଘାଟର ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ ।

ଏହି ବୈଠକ ନୂଆଁଖାଇ ଭେଟଘାଟର 'ନିମନ୍ତ୍ରଣ' ଲୋକାର୍ପିତ କରାଯାଇ ପ୍ରଥମ ନିମନ୍ତ୍ରଣ ଇଷ୍ଟଦେବୀଙ୍କୁ ସମର୍ପିତ କରାଯାଇଥିଲା। ରାଜଧାନୀ ଭୁବନେଶ୍ଵରରେ ନୂଆଁଖାଇ ଭେଟଘାଟ ମାଧ୍ୟମରେ ଯେପରି ପଶ୍ଚିମ ଓଡ଼ିଶାର କଳା, ସଂସ୍କୃତି, ପରମ୍ପରା ଆଦିର ଯଥାର୍ଥ ପ୍ରତିନିଧିତ୍ଵ କରାଯାଇ ପାରିବ ସେଉପରେ ମଧ୍ୟ ଆଲୋଚନା ହୋଇଥିଲା। ସେପ୍ଟେମ୍ବର ୨୩ରେ ନୂଆଁଖାଇ ଭେଟଘାଟ୍ କାର୍ଯ୍ୟକ୍ରମ ଯେପରି ଭାବରେ ସଫଳ ହୋଇପାରିବ ସେଥିପାଇଁ ସଭାପତି ସମସ୍ତଙ୍କର ସାହାଯ୍ୟ କାମନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe