ଯୁଦ୍ଧକାଳୀନ ଭିତରେ ‘ଆନନ୍ଦ ବନ’ ପ୍ରସ୍ତୁତି: ଆକର୍ଷଣ ହେବ ଟ୍ରି ହାଉସ୍‌, ରୋପ୍‌ ବ୍ରିଜ୍‌

ସରି ଆସିଲାଣି ଫୁଟ୍‌ ଓଭରବ୍ରିଜ୍‌ କାମ

ଯୁଦ୍ଧକାଳୀନ ଭିତରେ ‘ଆନନ୍ଦ ବନ’ ପ୍ରସ୍ତୁତି: ଆକର୍ଷଣ ହେବ ଟ୍ରି ହାଉସ୍‌, ରୋପ୍‌ ବ୍ରିଜ୍‌

ଖଣ୍ଡଗିରି: ଗଛ ଉପର ଟ୍ରି ହାଉସ୍‌ରେ ଜମିବ ଖଟି, ତଳେ ଜଙ୍ଗଲ ଦେଖିଦେଖି ରୋପ୍ ବ୍ରିଜ୍‌ରେ ମିଳିବ ଚାଲିବାର ମଜା। ଉଡେନ୍ ବ୍ରିଜ୍ ହେବ ସେଲ୍ଫି ପଏଣ୍ଟ। ପରିବାର ହେଉ କି ସାଙ୍ଗସାଥୀ, ‘ଗଜିବୋ’ରେ ବସି କାଟି ପାରିବେ ଅନ୍ତରଙ୍ଗ ମୂହୁର୍ତ୍ତ। ଏଭଳି ଏକ ପରିକଳ୍ପନା ବାସ୍ତବ ରୂପ ନେଉଛି ଘାଟିକିଆ କେ-୨ ସ୍ଥିତ ‘ଆନନ୍ଦ ବନ’ରେ। ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି ଚାଲିଥିବା ଏହି ଆନନ୍ଦ ବନର ଖୁବ୍ ଶୀଘ୍ର ହେବ ଉଦ୍‌ଘାଟନ।

୯୦ ଏକର ଜାଗାରେ ତିଆରି ହେଉଥିବା ଆନନ୍ଦବନ ପ୍ରସ୍ତୁତି ପାଇଁ ଓଡ଼ିଶା ଖଣି ନିଗମ ୧୪ କୋଟି ଟଙ୍କା ଯୋଗାଇ ଦେଇଛି। ସହର ମଝିରେ ନଗର ବନ ସୃଷ୍ଟି କରିବା ପାଇଁ ସିଟି ଫରେଷ୍ଟ ଡିଭିଜନ୍ ପକ୍ଷରୁ ଏଠାରେ ୫ ହଜାର ଔଷଧୀୟ ବୃକ୍ଷ ଲଗାଯିବାକୁ ଯୋଜନା ହୋଇଛି। ଅଦ୍ୟାବଧି ୨୪ ଶହ ଗଛ ଲଗା ସରିଛି। ଲୋକ ଆନନ୍ଦବନ ଭିତରେ ଚାଲି ଚାଲି ବୁଲିବା ପାଇଁ ମାଟି ରାସ୍ତା ଓ ପଥର ରାସ୍ତା ପ୍ରସ୍ତୁତ କରାଯାଇଛି। ସାଇକେଲ୍ ଚାଳନାକୁ ପ୍ରୋତ୍ସାହିତ କରିବା ପାଇଁ ହେଉଛି ସ୍ବତନ୍ତ୍ର ସାଇକେଲ୍ ଟ୍ରାକ। ନଗର ବନର ମଝିରେ ମଝିରେ ଜଳାଶୟ ପ୍ରସ୍ତୁତ କରାଯାଇଛି। ବର୍ଷା କିମ୍ବା ଖରାରୁ ବର୍ତ୍ତିବା ପାଇଁ ଠାଏ ଠାଏ ସେଡ୍ ପ୍ରସ୍ତୁତ କରାଯାଇଛି। ପାର୍କିଂ ସହ ଇଣ୍ଟରପ୍ରିଟେସନ୍ ସେଣ୍ଟର, ଶୌଚାଳୟ, ବସିବା ସ୍ଥାନ ଆଦିର କାମ ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି। ଏନେଇ ସିଟି ଡିଏଫ୍ଓ ଅଜିତ ଶତପଥୀ କହିଛନ୍ତି, ‘‘ଦର୍ଶକ ସମାଗମ ବେଳେ ବନ୍ୟପ୍ରାଣୀ, ଜୈବ ବିବିଧତା ଯେଭଳି ପ୍ରଭାବିତ ନ ହୁଏ, ସେଥିପ୍ରତି ପ୍ରକଳ୍ପ ତିଆରି ବେଳେ ଧ୍ୟାନ ଦିଆଯାଉଛି। ୨୦୨୩ ଶେଷ ସୁଦ୍ଧା କାମ ସାରିବାକୁ ଚେଷ୍ଟା କରାଯାଉଛି। ଏବେଠାରୁ ଅଞ୍ଚଳରେ ଜଙ୍ଗଲର ଅନୁଭୂତି ଅନୁଭବ ହେଲାଣି। ଖୁବ୍ ଶିଘ୍ର ଏହାର ଉଦ୍‌ଘାଟନ ହେବ।’’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe