ମହାତ୍ମାଙ୍କ ଉତ୍କଳ ଆଗମନୀ ଶତବାର୍ଷିକୀ ପାଳନ ପ୍ରସ୍ତୁତି

Advertisment
ମହାତ୍ମାଙ୍କ ଉତ୍କଳ ଆଗମନୀ ଶତବାର୍ଷିକୀ ପାଳନ ପ୍ରସ୍ତୁତି

ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କର ଉତ୍କଳ ଆଗମନୀ ଶତବାର୍ଷିକୀ ରାଜ୍ୟବ୍ୟାପୀ ପାଳନ କରିବା ପାଇଁ ରାଜ୍ୟ ସ୍ବାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ସ୍ଥିର ହୋଇଛି। ଏ ନେଇ ଆଜି ସମିତି ପକ୍ଷରୁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ସମିତି ସ୍ବାଗତ କରିବା ସହ ସରକାରଙ୍କ ସହ ମିଳିତ ଭାବେ ପାଳନ କରିବା ପାଇଁ ପସ୍ତାବକୁ ଗ୍ରହଣ କରିଛି। ପ୍ରସ୍ତୁତି ବୈଠକରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଏବଂ ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା ଯୋଗଦେଇ ସମିତି ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତିକୁ ସ୍ବାଗତ କରିଛନ୍ତି। ଏହି ପାଳନ ସମୟରେ କଟକରେ ସାଧାରଣ ସଭା, ଭଦ୍ରକ, ବ୍ରହ୍ମପୁର, ସାକ୍ଷୀଗୋପାଳ, ପୁରୀରେ ସଭା ସାଙ୍ଗକୁ ପଦଯାତ୍ରା ପ୍ରଭୃତି ଆୟୋଜନ କରାଯିବ। ଗାନ୍ଧୀ ଯାଇଥିବା ପ୍ରତ୍ୟେକ ସ୍ଥାନରେ ଏକ ଗାନ୍ଧୀ ରଥ ପରିକ୍ରମା କରିବ। ସମାଜରେ ଗାନ୍ଧୀଭାବନା ଉଦ୍ରେକ କରିବା ପାଇଁ ଏହି ଶତବାର୍ଷିକୀ ପାଳନ ଯତ୍ନବାନ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା। ଏହି ଅବସରରେ ଶତବାର୍ଷିକୀ ଲୋଗୋ ଉନ୍ମୋଚିତ ହୋଇଥିଲା।

ଏଥିରେ ଅଧ୍ୟକ୍ଷତା କରିଥିଲେ ସ୍ବାଧୀନତା ସଂଗ୍ରାମୀ ଟ୍ରଷ୍ଟର ଅଧ୍ୟକ୍ଷ ସାଂସଦ ଭର୍ତ୍ତୃହରି ମହତାବ। ପ୍ରସ୍ତୁତି ବୈଠ‌କରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ବିଧାୟକ ଅମର ଶତପଥୀ, ପ୍ରଫୁଲ୍ଲ ସାମଲ, ଦେବୀପ୍ରସାଦ ମିଶ୍ର, ବିଜେପିର ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ଗାନ୍ଧୀଚିନ୍ତକ ପ୍ରହଲ୍ଲାଦ ସିଂହ, ମିହିର ପ୍ରସାଦ ଦାସ, ସୁଦର୍ଶନ ଦାସ, ସଂଗ୍ରାମ କେଶରୀ ରାଉତ, ରାଜ୍ୟ ଖଦି ବୋର୍ଡ ଅଧ୍ୟକ୍ଷ ସଂଗ୍ରାମ କେଶରୀ ପାଇକରାୟ ଭାଗ ନେଇଥିଲେ। ସ୍ବାଧୀନତା ସଂଗ୍ରାମୀ ଯୁବ ସାମ୍ମୁଖ୍ୟ ପକ୍ଷରୁ ଉପେନ୍ଦ୍ର ପାଢ଼ୀ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ସାମ୍ମୁଖ୍ୟର ସନ୍ତୋଷ କୁମାର ପତି, ରଘୁନାଥ ପଟ୍ଟନାୟକ, ଅଭୟ ବଡ଼ଜେନା, ଦୁଃଶାସନ ସ୍ବାଇଁ, ଚିରଞ୍ଜୟ ସାହୁ ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe