ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି

Advertisment
ରାଷ୍ଟ୍ରପତିଙ୍କ ଗସ୍ତ ଲାଗି ଶ୍ରୀଲିଙ୍ଗରାଜ ମନ୍ଦିରରେ ପ୍ରସ୍ତୁତି

Rewa Riyasat

ପୁରୁଣା ଭୁବନେଶ୍ୱର: ଆସନ୍ତା ଫେବ୍ରୁଆରି ୧୧ତାରିଖରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ ଲାଗି ମନ୍ଦିରକୁ ଆସିବେ ରାଷ୍ଟ୍ରପତି ଦୌପଦୀ ମୁର୍ମୁ। ମହାମହିମ ସକାଳ ୮ଟା ୪୫ରେ ମନ୍ଦିରରେ ପ୍ରବେଶ କରି ସାଢ଼େ ୯ଟାରେ ବାହାରିବେ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲ୍ଲାପାଳ ତଥା ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ନିଯୋଗ ଓ ସେବାୟତ ପ୍ରତିନିଧିଙ୍କ ସହ ଆଲୋଚନା କରାଯାଇଥିଲା। ରାଷ୍ଟ୍ରପତିଙ୍କ ଆସିବା ସମୟରେ ସାହାଣମେଲା ଦର୍ଶନ ଚାଲିଥିବା ବେଳେ ଶ୍ରୀମତୀ ମୁର୍ମୁ ମନ୍ଦିରରେ ପ୍ରବେଶ କରି ପ୍ରଥମେ ସିଦ୍ଧି ବିନାୟକଙ୍କୁ ଦର୍ଶନ କରିବେ।

ପରେ ଶ୍ରୀଜିଉଙ୍କୁ ପୂଜା କରିବେ। ପରେ ମା’ ପାର୍ବତୀ ଓ ଭୁବନେଶ୍ବରୀଙ୍କୁ ଦର୍ଶନ କରିବେ। ବିଭିନ୍ନ ସେବାୟତ ନିଯୋଗ ଭୋଗ ଓ ଉତ୍ତରୀୟ ପ୍ରଦାନ କରିବେ। ପ୍ରତ୍ୟେକ ନିଯୋଗରୁ ୫ଜଣ ଲେଖାଏଁ ପ୍ରତିନିଧି ମନ୍ଦିର ପରିସରରେ ରହିବେ। ଏହି ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ଦେବବ୍ରତ ସାହୁ, ଅତିରିକ୍ତ ଜିଲ୍ଲାପାଳ ପ୍ରଫୁଲ୍ଲ କୁମାର ସ୍ବାଇଁ, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ଭବାନୀ ପ୍ରସାଦ ମିଶ୍ର, ଟ୍ରଷ୍ଟି ଅବନୀ ପଟ୍ଟନାୟକ, ରୁଦ୍ରପ୍ରସାଦ ନନ୍ଦ, ପ୍ରସନ୍ନ ପୂଜାପଣ୍ଡା, ହେମନ୍ତ ପଣ୍ଡା, ବିରଞ୍ଚି ନାରାୟଣ ପତି, ସଚିକାନ୍ତ ପୂଜାପଣ୍ଡା, କମଳା ବଟୁ ଓ ବିଭିନ୍ନ ନିଯୋଗର ପ୍ରତିନିଧି ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe