ପ୍ରିୟଦର୍ଶୀ ମିଶ୍ରଙ୍କୁ ‘ପ୍ରେରଣାଦାୟୀ ବ୍ୟକ୍ତିତ୍ବ ସମ୍ମାନ’

Advertisment
ପ୍ରିୟଦର୍ଶୀ ମିଶ୍ରଙ୍କୁ ‘ପ୍ରେରଣାଦାୟୀ ବ୍ୟକ୍ତିତ୍ବ ସମ୍ମାନ’

ଭୁବନେଶ୍ବର: ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କୁ ସମର୍ଥ ଓଡ଼ିଶା ତରଫରୁ ୨୦୨୧ ମସିହା ପାଇଁ ‘ପ୍ରେରଣାଦାୟୀ ବ୍ୟକ୍ତିତ୍ବ ସମ୍ମାନ’ ପ୍ରଦାନ କରାଯାଇଛି। ରାଜନୈତିକ କ୍ଷେତ୍ରରେ ନିଜର ନିରନ୍ତର ପ୍ରଚେଷ୍ଟା ତଥା ଲୋକସେବା ପାଇଁ ପ୍ରତିବଦ୍ଧତା ଓ କର୍ମକ୍ଷେତ୍ରରେ ଉଚ୍ଚକୋଟିର କର୍ମକୁଶଳତା ପ୍ରଦର୍ଶନ ଯୋଗୁଁ ଶ୍ରୀ ମିଶ୍ରଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି। ଏହି ଅବସରରେ ଅନୁଷ୍ଠାନର ଅଧ୍ୟକ୍ଷ ଡ. ଅଭୟ ରଞ୍ଜନ ପଟ୍ଟନାୟକ ନିଜ ବନ୍ତବ୍ୟରେ ଶ୍ରୀ ମିଶ୍ରଙ୍କ ରାଜନୈତିକ ଯାତ୍ରା ସଂପର୍କରେ ଆଲୋକପାତ କରିଥିଲେ।

ସେ କିପରି ବାଣୀବିହାର ଆଇନ ମହାବିଦ୍ୟାଳୟର ସଭାପତି, ବିଜୁ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ପରେ ବିଧାୟକ ଭାବେ କାର୍ଯ୍ୟ କରିଛନ୍ତି ତାହା ସ୍ମରଣ କରିଥିଲେ। ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ଦାୟିତ୍ବ ନେବା ଦିନରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ସବୁ ବର୍ଗର ଗୃହ ଆଶାୟୀ ଜନସାଧାରଣଙ୍କୁ ଗୋଟିଏ ଲେଖାଏ ଘର ଯୋଗାଇଦେବା ଶ୍ରୀ ମିଶ୍ରଙ୍କ ଲକ୍ଷ୍ୟ ରହିଛି ବୋଲି ଡ. ପଟ୍ଟନାୟକ ପ୍ରକାଶ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe