ଆଜି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଐତିହାସିକ ବରୁଣେଇ ପାହାଡ଼ର ପାଦଦେଶରେ ପାଇକ ବିଦ୍ରୋହର ଦୁଇଶହ ବର୍ଷ ପୂର୍ତ୍ତି ଅବସରରେ ‘ପାଇକ ସ୍ମାରକୀ’ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ହଜାର ହଜାର ଲୋକ, ରାଜନେତା, ପ୍ରଶାସକ ଓ ପାଇକ ଆଖଡ଼ା ଦଳର ଉପସ୍ଥିତିରେ ରାଷ୍ଟ୍ରପତି ଭିତ୍ତିପ୍ରସ୍ତର ସ୍ଥାପନ କରି ଏହି ସ୍ମାରକୀ ଆଗାମୀ ଦିନରେ ପାଇକ ବିଦ୍ରୋହ ଓ ଏହାର ଇତିହାସ ଉପରେ ଗବେଷଣା ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ବୋଲି କହିଛନ୍ତି। ତେବେ ରାଷ୍ଟ୍ରପତିଙ୍କ ଏହି ଗସ୍ତ ସମୟରେ ରାଜନେତାମାନେ ଯେପରି ବ୍ୟସ୍ତ ଥିଲେ, ପ୍ରଶାସନ ମଧ୍ୟ ସେହିପରି ତତ୍ପର ଥିଲା। ଏ ପରିପ୍ରେକ୍ଷୀରେ ରାଷ୍ଟ୍ରପତିଙ୍କ ବରୁଣେଇ ଗସ୍ତ ନେଇ ଏପାଖ ସେପାଖ...
/sambad/media/post_attachments/wp-content/uploads/2019/12/barunei.jpg4f-300x274.jpg)
ମହିଳା ପାଇକ ଆଖଡ଼ାକାରୀଙ୍କ କମାଲ୍
ପାଇକ ସ୍ମାରକୀ ଭିତ୍ତିପ୍ରସ୍ତର ଉତ୍ସବ ପାଇଁ ନିଆରା ପାଇକ ଆଖଡ଼ା ସମସ୍ତଙ୍କୁ ଚକିତ କରିଥିଲା। ପାଇକମାନଙ୍କ ସ୍ମୃତିରେ ପାଇକ ସ୍ମାରକୀର ଭିତ୍ତିପ୍ରସ୍ତର ସ୍ଥାପନ ହେଉଥିବାରୁ ଉତ୍ସାହିତ ପାଇକ ଆଖଡ଼ା ଦଳ ବରୁଣେଇ ରାସ୍ତାର ବିଭିନ୍ନ ସ୍ଥାନରେ ସାମରିକ କଳାକୌଶଳ ପ୍ରଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା। ବିଶେଷକରି ମହିଳା ପାଇକ ଆଖଡ଼ାକାରୀମାନଙ୍କ ଦୁଃସାହସିକ ବାଡ଼ି ଖେଳ ଉପସ୍ଥିତ ଜନତାଙ୍କୁ ଅଧିକ ଆକର୍ଷିତ କରିଥିଲା।
/sambad/media/post_attachments/wp-content/uploads/2019/12/barunei.jpg-3f-300x285.jpg)
ଖୋଲା ମନରେ ପ୍ରସନ୍ନ-ଅପରାଜିତା
ବରୁଣେଇରେ ପାଇକ ସ୍ମାରକୀ ପ୍ରତିଷ୍ଠାର ଭିତ୍ତିପ୍ରସ୍ତର ପାଇଁ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ। ଏହି ଅବସରରେ ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ରାଜନୈତିକ ବିରୋଧ ଭୁଲି ପାଖାପାଖି ବସିଥିବା ଦେଖିବାକୁ ମିଳିଥିଲା। ଉଭୟ ବେଶ୍ ଖୋଲା ମନରେ କୌଣସି ଏକ ପ୍ରସଙ୍ଗରେ ଆଲୋଚନା କରୁଥିବା ଦେଖାଯାଇଥିଲା। ଏହାକୁ ନେଇ ସଭାସ୍ଥଳରେ ନାନା ଆଲୋଚନା ହୋଇଥିଲା।
/sambad/media/post_attachments/wp-content/uploads/2019/12/barunei2a-300x268.jpg)
ଭିଡ଼ ଭିତରେ ଗାନ୍ଧୀ
ଖୋର୍ଦ୍ଧା ବରୁଣେଇରେ ରାଷ୍ଟ୍ରପତିଙ୍କ ସଭାସ୍ଥଳରେ ସମସ୍ତେ ବସିଥିବା ବେଳେ ଆଉ କିଛି ଠିଆ ହୋଇ କାର୍ଯ୍ୟକ୍ରମ ଦେଖୁଥିଲେ। ସେହି ଭିଡ଼ ଭିତରେ ଜଣେ ବ୍ୟକ୍ତି ଗାନ୍ଧୀ ବେଶରେ ଠିଆ ହୋଇ ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଥିଲା।
Follow Us