ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ କଲେଜ ଅଧ୍ୟକ୍ଷମାନଙ୍କ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। କଲେଜଗୁଡ଼ିକର ଶୈକ୍ଷିକ ଓ ଭିତ୍ତିଭୂମି ବିକାଶ ପାଇଁ ଏଥିରେ ଆଲୋଚନା ହୋଇଛି। ବିଶ୍ବବିଦ୍ୟାଳୟ ଭାରପ୍ରାପ୍ତ କୁଳପତି ପ୍ରଫେସର ଚଣ୍ଡିଚରଣ ରଥ ମୁଖ୍ୟଅତିଥି ଭାବେ ଯୋଗଦେଇ ଅଧ୍ୟକ୍ଷମାନଙ୍କ ଏହି ସମ୍ମିଳନୀ ନୂତନ ଚିନ୍ତାଧାରା ସୃଷ୍ଟି ସହ ଏକ ଉଜ୍ଜ୍ୱଳ ଶିକ୍ଷାଗତ ଭବିଷ୍ୟତ ପାଇଁ ମୁଳଦୂଆ ମଜବୁତ କରିବ ବୋଲି କହିଥିଲେ। ଫକୀରମୋହନ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ମଧୁମିତା ଦାସ ସମ୍ମାନିତ ଅତିଥି ଭାବେ ଯୋଗଦେଇ ନାକ୍ ମାନ୍ୟତାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। କଲେଜ ବିକାଶ ପରିଷଦ(ସିଡିସି) ନିର୍ଦ୍ଦେଶିକା ପ୍ରଫେସର ସସ୍ମିତା ମହାନ୍ତି ସ୍ୱାଗତ ଭାଷଣରେ ଶୈକ୍ଷିକ ଉତ୍କର୍ଷତା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଅବସରରେ ମନସ୍ୱିନୀ ସାହୁଙ୍କୁ ସମ୍ମାନିତ କରାଯିବା ସହ ୨୦୨୪-୨୫ ଶିକ୍ଷାବର୍ଷର ସିଡିସିର ବାର୍ଷିକ ରିପୋର୍ଟ ଉନ୍ମୋଚିତ ହୋଇଥିଲା।
President's Conference: ରମାଦେବୀ ବିଶ୍ୱବିଦ୍ୟାଳୟରେ ଅଧ୍ୟକ୍ଷ ସମ୍ମିଳନୀ
Advertisment
Follow Us