ପରପୁରୁଷ ସହ ସଂପର୍କ ରଖିବାକୁ ଚାପ

Advertisment

ମହିଳା ଥାନା‌ର ଦ୍ବାରସ୍ଥ ହେଲେ ନବବଧୂ

ମହିଳା ଥାନା‌ର ଦ୍ବାରସ୍ଥ ହେଲେ ନବବଧୂ

ପରପୁରୁଷ ସହ ସଂପର୍କ ରଖିବାକୁ ଚାପ

OdishaTV

ଭୁବନେଶ୍ବର: ନବବଧୂକୁ ପରପୁରୁଷ ସହ ସଂପର୍କ ରଖିବାକୁ ବାଧ୍ୟ କଲେ। ରାଜି ନ ହେବାରୁ ନିର୍ଯାତନା ଦେଇ ଘରୁ ତଡ଼ିଦେଲେ। ଆପୋସ ବୁଝାମଣା କରିବାକୁ ଚେଷ୍ଟା କରିବାରୁ ଭୁବନେଶ୍ବରରେ ଗୋଟିଏ ପ୍ଲଟ୍‌ ଓ ଲକ୍ଷେ ଟଙ୍କା ଯୌତୁକ ଦାବି କଲେ। ଏ ସଂପର୍କରେ ନିର୍ଯାତିତା ମହିଳାଜଣକ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି। ସ୍ବାମୀ, ଶାଶୂ ଓ ନଣନ୍ଦ ନାମ‌ରେ ଅଭିଯୋଗ କରିଛନ୍ତି। ନିର୍ଯାତିତା ମହିଳାଜଣଙ୍କ ହେଲେ, ମଞ୍ଚେଶ୍ବର ଥାନା ଅଞ୍ଚଳର ମିତା ପରମାଣିକ।

ତାଙ୍କ ଅଭିଯୋଗ ଅନୁସାରେ, ମେ’ ୩୦ ତାରିଖ‌ରେ ‌ସେ ରାଜେଶ ବେହେରାଙ୍କୁ ବିବାହ କରିଥିଲେ। ସ୍ବାମୀଙ୍କ ସହ ପାଣ୍ଡରା ଜଗନ୍ନାଥ ମନ୍ଦିର ନିକଟରେ ଭଡ଼‌ା ଘରେ ରହୁଥିଲେ। କିଛି ଦିନ ପରେ ଶାଶୂ, ନଣନ୍ଦ ଓ ଅନ୍ୟ ଜଣେ ପୁରୁଷ ସେଠାରେ ଆସି ରହିଲେ। ପରେ ସେମାନେ ମିତାଙ୍କୁ ଉକ୍ତ ପୁରୁଷଙ୍କ ସହ ଶାରୀରିକ ସଂପର୍କ ରଖିବାକୁ ଚାପ ପକାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe