ରୢାଗିଂ ଅଭିଯୋଗ ପରେ ଅଧ୍ୟକ୍ଷଙ୍କ ମାଡ଼

Advertisment

କଲେଜରୁ ଯୁକ୍ତ ଦୁଇ ଛାତ୍ର ନିଖୋଜ

କଲେଜରୁ ଯୁକ୍ତ ଦୁଇ ଛାତ୍ର ନିଖୋଜ

ରୢାଗିଂ ଅଭିଯୋଗ ପରେ ଅଧ୍ୟକ୍ଷଙ୍କ ମାଡ଼

DU Times

ଚନ୍ଦ୍ରଶେଖରପୁର: ପଟିଆ ଅଞ୍ଚଳରେ ଥିବା ଏକ ଘରୋଇ କଲେଜ୍‌ର ଜଣେ ଯୁକ୍ତ ଦୁଇ ଛାତ୍ର ରୢାଗିଂର ଶିକାର ହେବା ସହ ଅଭିଯୋଗ କରି ଅଧ୍ୟକ୍ଷଙ୍କଠାରୁ ମାଡ଼ ଖାଇବା ପରେ ନିଖୋଜ ହୋଇଯାଇଛନ୍ତି। ଏନେଇ ନିଖୋଜ ଛାତ୍ର ହୃଦେଶ ପଣ୍ଡାଙ୍କ ବାପା ରାମକୃଷ୍ଣ ଆଜି ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ହୃଦେଶଙ୍କୁ ଠାବ କରିବା ପାଇଁ ତଦନ୍ତ ଆରମ୍ଭ କରିଛି। ରାମକୃଷ୍ଣଙ୍କ ଅଭିଯୋଗ ଅନୁସାରେ ଗତକାଲି ରାତିରେ ହୃଦେଶ ତାଙ୍କୁ ଫୋନ୍‌ କରି ରୢାଗିଂ ଓ ଅଧ୍ୟକ୍ଷଙ୍କଠାରୁ ମାଡ଼ ଖାଇଥିବା କହିଥିଲା। ସିନିୟର୍ ଛାତ୍ରମାନେ ତାଙ୍କୁ ରୢାଗିଂ କରି ନିର୍ଯାତନା ଦେବା ପରେ ସେ ଅଧ୍ୟକ୍ଷଙ୍କୁ ଜଣାଇଥିଲା।

କିନ୍ତୁ ଅଧ୍ୟକ୍ଷ ଘଟଣାକୁ ମିଛ ବୋଲି କହି ହୃଦେଶକୁ ଓଲଟା ମାଡ଼ ମାରିଥିଲେ। ତେଣୁ ହୃଦେଶ ଅଧିକ ଭୟଭୀତ ହୋଇ କଲେଜ ହଷ୍ଟେଲକୁ ଫେରି ବାପା ରାମକୃଷ୍ଣଙ୍କୁ ଫୋନ୍‌ କରିଥିଲେ। ପରଦିନ ରାମକୃଷ୍ଣ କଲେଜରେ ପହଞ୍ଚି ପୁଅକୁ ଖୋଜିଥିଲେ ବି ପାଇନଥିଲେ। କଲେଜ ଅଧ୍ୟକ୍ଷ ମଧ୍ୟ ଏନେଇ କୌଣସି ସନ୍ତୋଷଜନକ ଉତ୍ତର ଦେଇନଥିଲେ। ତେଣୁ ରାମକୃଷ୍ଣ ପୁଲିସରେ ଅଭିଯୋଗ କରିଛନ୍ତି। ହୃଦେଶ ଭୟଭୀତ ହୋଇ କଲେଜ କ୍ୟାମ୍ପସରୁ ପଳାଇଛନ୍ତି କି ରୢାଗିଂ ଅଭିଯୋଗ କରିଥିବାରୁ ତାଙ୍କୁ ନିଖୋଜ କରାଯାଇଛି, ତାହାକୁ ନେଇ ସନ୍ଦେହ ବଢ଼ିଛି। ରାମକୃଷ୍ଣ ପୁଅକୁ ଫେରି ପାଇବା ପାଇଁ ବ୍ୟାକୁଳ ହୋଇପଡ଼ିଥିବା ବେଳେ ପୁଲିସ ମଧ୍ୟ ଏହି ମାମଲା ଉପରୁ ପର୍ଦ୍ଦା ହଟାଇବାକୁ ଜୋର୍‌ଦାର୍ ଉଦ୍ୟମ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe