ବନ୍ଦ ହେଲା ଘରୋଇ ସ୍ବିମିଂ ପୁଲ୍‌: ନୂଆ ୭୧୦ ଆକ୍ରାନ୍ତ ଚିହ୍ନଟ, ୧୨ ମାଇକ୍ରୋ ଓ ୪ କଣ୍ଟେନ୍‌‌ମେଣ୍ଟ ଜୋନ୍‌

Advertisment
ବନ୍ଦ ହେଲା ଘରୋଇ ସ୍ବିମିଂ ପୁଲ୍‌: ନୂଆ ୭୧୦ ଆକ୍ରାନ୍ତ ଚିହ୍ନଟ, ୧୨ ମାଇକ୍ରୋ ଓ ୪ କଣ୍ଟେନ୍‌‌ମେଣ୍ଟ ଜୋନ୍‌

New Indian Express

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୭୧୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସ୍ଥାନୀୟ ସଂକ୍ରମିତ ୬୮୫ ଓ କ୍ବାରାଣ୍ଟିନ୍‌ରୁ ୨୫ଜଣ ଥିବା ଜଣାଯାଇଛି। ଗତକାଲି ଅପେକ୍ଷା ଆଜି ଶହେରୁ ଅଧିକ ନୂଆ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହେବା ସବୁଠୁ ଚିନ୍ତାର ବିଷୟ ପାଲଟିଛି। ଯଦିଓ ଅଧିକାଂଶ ଆକ୍ରାନ୍ତ ଗୁରୁତର ବା ହସ୍ପିଟାଲ୍‌ରେ ଭର୍ତ୍ତି ହେବା ଭଳି ସ୍ଥିତି ଉପୁଜିନାହିଁ, କିନ୍ତୁ ଆଗକୁ ସ୍ଥିତି ଯେ ଗମ୍ଭୀର ନ ହେବ, ସେନେଇ ଏବେଠୁ କିଛି କୁହାଯାଇପାରୁନାହିଁ। ତେଣୁ ଏ ସବୁକୁ ଦୃଷ୍ଟିରେ ରଖି ବିଏମ୍‌ସି କଟକଣା କଡ଼ାକଡ଼ି କରିଛି। ଆସନ୍ତାକାଲିଠାରୁ ରାଜଧାନୀରେ ଥିବା ଘରୋଇ ସ୍ବିମିଂପୁଲ୍‌କୁ ସମ୍ପୂର୍ଣ୍ଣ ଭାବେ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛି। କେବଳ ସରକାରୀ ସ୍ବିମିଂପୁଲ୍‌କୁ ଖେଳାଳିଙ୍କ ପାଇଁ ଖୋଲା ରଖାଯିବ। ସେମାନେ କରୋନା ଗାଇଡ୍‌ଲାଇନ୍‌ ମାନି ବ୍ୟବହାର କରିବେ। ନିୟମ ଉଲ୍ଲଂଘନାକରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏମ୍‌ସି କହିଛି।

ଅପରପକ୍ଷେ ଆଜି ୧୨ଟି ମାଇକ୍ରୋ ଓ ୪ଟି କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି। ଅଧିକ ଆକ୍ରାନ୍ତ ଥିବା ୱାର୍ଡ ନଂ-୧୯ର ରସୁଲଗଡ଼ ଶବରସାହି, ୱାର୍ଡ ନଂ-୨ର କିଟ୍‌ ସ୍କୋୟାର ଟୋମେପରିତାନ୍‌ ରେସିଡେନ୍ସି, ୱାର୍ଡ ନଂ-୧୨ ନ୍ୟୁ ଗଭର୍ଣ୍ଣମେଣ୍ଟ କଲୋନି ଏବଂ ୱାର୍ଡ ନଂ- ୨୬ର ଜୟଦେବିହାର ଆଦି ୪ଟି ସ୍ଥାନକୁ କଣ୍ଟେନ୍‌ମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ସେହିପରି କମ୍‌ ଆକ୍ରାନ୍ତ ବାହାରିଥିବା ୱାର୍ଡ ନଂ- ୬୬ର କିଛି ସ୍ଥାନ ସମତେ ୱାର୍ଡ ନଂ- ୬୦, ୫୮, ୪୮, ୪୫, ୪୨, ୩୪,୩୨,୨୮,୨୩ ଏବଂ ୧୫ ଆଦି ୧୨ଟି ସ୍ଥାନକୁ ମାଇକ୍ରୋ କଣ୍ଟେନ୍‌ମେଣ୍ଟ ଜୋନ୍‌ କରାଯାଇଛି। ଗତକାଲି ସୁସ୍ଥଙ୍କ ସଂଖ୍ୟା ୧୧୭ ଥିବା ବେଳେ ଆଜି ୧୦୭ଜଣ ସୁସ୍ଥ ହୋଇଛନ୍ତି। ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୩୯୨୮‌ରେ ପହଞ୍ଚିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe