ଓଡିଏମ୍ ଗ୍ଲୋବାଲ୍ ସ୍କୁଲରେ ପ୍ରୋ-ସ୍କୁଲ୍ ବାସ୍କେଟ୍‌ବଲ୍ ଲିଗ୍

Advertisment
ଓଡିଏମ୍ ଗ୍ଲୋବାଲ୍ ସ୍କୁଲରେ ପ୍ରୋ-ସ୍କୁଲ୍ ବାସ୍କେଟ୍‌ବଲ୍ ଲିଗ୍

ଚନ୍ଦ୍ରଶେଖରପୁର: ଓଡିଏମ୍ ଗ୍ଲୋବାଲ୍ ସ୍କୁଲ ପରିସରରେ ପ୍ରୋ-ସ୍କୁଲ୍ ବାସ୍କେଟ୍‌ବଲ୍ ଲିଗ୍ ଅନୁଷ୍ଠିତ ହୋଇଯାଇଛି। କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ମୁଖ୍ୟଅତିଥି ଭାବେ ଯୋଗଦେଇ ଗତକାଲି ଏହାକୁ ଉଦ୍‌ଘାଟନ କରି କହିଲେ ଓଡିଶାରେ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ ଓଡିଏମ୍ ଶିକ୍ଷା ସମୂହର ନିରନ୍ତର ପ୍ରୋତ୍ସାହନ, ପ୍ରଚାର ଓ ପ୍ରସାରକୁ ପ୍ରଶଂସନୀୟ। ଓଡ଼ିଶା କିପରି କ୍ରୀଡ଼ା କ୍ଷେତ୍ରରେ ସମଗ୍ର ଦେଶ ଓ ବିଶ୍ୱରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ସେଦିଗରେ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଛନ୍ତି। ଜାତୀୟ ଓ ଆନ୍ତର୍ଜାତୀୟସ୍ତରର କ୍ରୀଡ଼ା ପ୍ରତିଯୋଗିତା ଏଠାରେ ଅନୁଷ୍ଠିତ ହେଉଛି। ତେଣୁ ଛାତ୍ରଛାତ୍ରୀମାନେ ପାଠପଢ଼ା ସହ ଖେଳକୁଦ୍‌ରେ ନିୟମିତ ଭାଗନେବାକୁ ସେ ଉତ୍ସାହିତ କରିଥିଲେ।

ଉତ୍ସବରେ ବିଧାୟକ ସୁରେଶ କୁମାର ରାଉତରାୟ, ଓଡିଏମ୍ ଶିକ୍ଷା ସମୂହର ପ୍ରତିଷ୍ଠାତା ସତ୍ୟବ୍ରତ ମୀନକେତନ, ଓଡିଏମ୍‌ ନିର୍ଦ୍ଦେଶିକା(ବିତ୍ତ ଓ ପ୍ରଶାସନ) ଇନ୍ଦୁମତୀ ରାୟ, ମୁଖ୍ୟ କାର୍ଯ୍ୟକାରିଣୀ ଅଧିକାରୀ ସ୍ୱୟନ୍ ସତ୍ୟେନ୍ଦୁ, ଯୋଜନା ତଥା ରଣନୀତି ବିଭାଗ ମୁଖ୍ୟ ଶିଖା ଚନ୍ଦ୍ର, ଓଡ଼ିଶା ବାସ୍କେଟ୍‌ବଲ ଆସୋସିଏସନ୍‌ ସଭାପତି ଜ୍ଞାନରଞ୍ଜନ ପରିଡା, ଦାରୁଠେଙ୍ଗ ପଞ୍ଚାୟତ ସରପଞ୍ଚ ତପନ କୁମାର ଚକ୍ରବର୍ତ୍ତୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଦୁଇ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି କ୍ରୀଡ଼ା ଉତ୍ସବରେ ରାଜ୍ୟର ୨୦ଟି ପ୍ରମୁଖ ବିଦ୍ୟାଳୟ ଭାଗ ନେଇଥିଲେ। ଆଜି ସନ୍ଧ୍ୟାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ଓଡ଼ିଶା ବାସ୍କେଟ୍‌ବଲ୍ ଆସୋସିଏସନ୍‌ ସମ୍ପାଦକ ଅଶୋକ କୁମାର ସାହୁ ମୁଖ୍ୟଅତିଥିଭାବେ ଯୋଗଦେଇ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ତଥା କ୍ରୀଡାବିତ୍‌ମାନଙ୍କୁ ଖେଳକୁଦର ଆବଶ୍ୟକତା ତଥା ବାସ୍କେଟ୍‌ବଲ୍‌ରେ କ୍ୟାରିୟର ସୁଯୋଗ ସମ୍ବନ୍ଧରେ ଆଲୋକପାତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe