ଯୁକ୍ତ୨ ନାମଲେଖା ଆବେଦନରେ ସମସ୍ୟା

Advertisment
ଯୁକ୍ତ୨ ନାମଲେଖା ଆବେଦନରେ ସମସ୍ୟା

Update Odisha

ଭୁବନେଶ୍ୱର : ଯୁକ୍ତ୨ ନାମଲେଖା ପାଇଁ ୨୧ ତାରିଖରୁ ଆବେଦନ ଆରମ୍ଭ ହୋଇଛି। ସାମସ ୱେବ୍‌ସାଇଟ୍‌ ମାଧ୍ୟମରେ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ ଛାତ୍ରଛାତ୍ରୀଙ୍କୁ କୁହାଯାଇଥିଲେ ମଧ୍ୟ ସେମାନେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ୱେବ୍‌ସାଇଟ୍‌ ଠିକ୍‌ ଭାବେ କାମ କରୁ ନଥିବାରୁ ହଜାର ହଜାର ଛାତ୍ରଛାତ୍ରୀ ଫର୍ମ ପୂରଣ କରିପାରୁ ନାହାନ୍ତି। ଫି’ ଦାଖଲ କରିବାରେ ବି ଅସୁବିଧା ଭୋଗୁଛନ୍ତି। ଏମିତିକି ଛାତ୍ରଛାତ୍ରୀ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କଲା ପରେ ବି ସ୍ଥିତି ସ୍ୱାଭାବିକ ହେଉ ନଥିବାରୁ ନିରାଶ ହୋଇ କମ୍ପ୍ୟୁଟର୍‌ ସେଣ୍ଟର୍‌ରୁ ଫେରୁଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଏଥର କେବଳ ଅନ୍‌ଲାଇନ୍‌ରେ ଆବେଦନ ହେଉଥିବାରୁ ବହୁ ଛାତ୍ରଛାତ୍ରୀ ଏକାଥରେ ଆବେଦନ କରୁଛନ୍ତି। ପରିଣାମସ୍ୱରୂପ ୱେବ୍‌ସାଇଟ୍‌ର ସର୍ଭର୍‌ ଜାମ୍‌ ହେଉଛି। ଆବେଦନ ହେବା ଦିନଠାରୁ ଆଜି ପର୍ଯ୍ୟନ୍ତ ୨ ଲକ୍ଷ ୭୦ ହଜାର ୭୪୦ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଛନ୍ତି। ୨ଲକ୍ଷ ୩୨ହଜାର ୬ଜଣ ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ ଆବେଦନ କରିଥିବା ବେଳେ ୨ଲକ୍ଷ ୧୪ ହଜାର ୧୯୩ ଜଣ ଫି’ ଦାଖଲ କରିଛନ୍ତି। ଛାତ୍ର କଂଗ୍ରେସ ପୂର୍ବତନ ରାଜ୍ୟ ସମ୍ପାଦକ ତଥା ସଂଯୋଜକ ନିରଞ୍ଜନ ଦାସ କହିଛନ୍ତି, ଆବେଦନ ବେଳେ ହଜାର ହଜାର ଛାତ୍ରଛାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘଣ୍ଟାଘଣ୍ଟା ଧରି କମ୍ପ୍ୟୁଟର୍‌ ନିକଟରେ ବସି ରହୁଥିଲେ ମଧ୍ୟ ଆବେଦନ କରିପାରୁ ନାହାନ୍ତି। କରୋନା ସମୟରେ ଛାତ୍ରଛାତ୍ରୀ ସହ ଏଭଳି ଖେଳିବା କଥା ନୁହେଁ। ସହଜ ଓ ସୁବିଧାରେ ଛାତ୍ରଛାତ୍ରୀ ଯେପରି ଆବେଦନ କରିପାରିବେ, ସେ ଦିଗରେ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରନ୍ତୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe