‘ପ୍ରକ୍ରିୟାକୃତ କୃଷି ଉତ୍ପାଦର ଗୁରୁତ୍ୱ ରହିଛି’

Advertisment

ଜୀବବିଜ୍ଞାନ ପ୍ରତିଷ୍ଠାନରେ ଷ୍ଟାର୍ଟଅପ୍‌ ଉତ୍ପାଦ ଆରମ୍ଭ

ଜୀବବିଜ୍ଞାନ ପ୍ରତିଷ୍ଠାନରେ ଷ୍ଟାର୍ଟଅପ୍‌ ଉତ୍ପାଦ ଆରମ୍ଭ

‘ପ୍ରକ୍ରିୟାକୃତ କୃଷି ଉତ୍ପାଦର ଗୁରୁତ୍ୱ ରହିଛି’

ଭୁବନେଶ୍ୱର: କୃଷି ଉତ୍ପାଦର ଫଳପ୍ରଦ ଉପଯୋଗ, କୃଷି ଆୟ, ନିଯୁକ୍ତି ଓ ସ୍ୱରୋଜଗାର ବୃଦ୍ଧିରେ ପ୍ରକ୍ରିୟାକୃତ କୃଷି ଉତ୍ପାଦର ଗୁରୁତ୍ୱ ରହିଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି। ଆଜି ପୂର୍ବାହ୍ନରେ ଜୀବବିଜ୍ଞାନ ପ୍ରତିଷ୍ଠାନରେ ‘ସ୍ୱାଧୀନତାର ଅମୃତ ମହୋତ୍ସବ’ ପାଳନ ଅବସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ସେ ଏହା ପ୍ରକାଶ କରିଥିଲେ। ସେ କହିଥିଲେ, କୃଷକମାନଙ୍କ ରୋଜଗାରକୁ ଦୃଷ୍ଟିରେ ରଖି ପ୍ରକ୍ରିୟାକୃତ କୃଷି ଉତ୍ପାଦଗୁଡ଼ିକର ଭୂମିକା ବୃଦ୍ଧିପାଇଛି। ସେସବୁ ପ୍ରାଥମିକ କୃଷି କାର୍ଯ୍ୟକୁ ମୂଲ୍ୟଯୁକ୍ତ କରିବା ସହ ଉଭୟ ସହର ଓ ଗ୍ରାମାଞ୍ଚଳରେ କୃଷି ଉଦ୍ୟୋଗ ବଢ଼ାଇବାରେ ସହାୟକ ହୋଇଛନ୍ତି। ଷ୍ଟାର୍ଟଅପ୍‌ଗୁଡ଼ିକର ଉପଯୋଗିତାକୁ ଉତ୍ସାହିତ କରାଯିବା ଆବଶ୍ୟକ। ଜୀବବିଜ୍ଞାନ ପ୍ରତିଷ୍ଠାନର ବର୍ଷକ ମଧ୍ୟରେ ପ୍ରାୟ ୨୩ଟି ଷ୍ଟାର୍ଟଅପ୍‌ କାର୍ଯ୍ୟକାରୀ ହେବା ପ୍ରଶଂସନୀୟ ବୋଲି କହିଥିଲେ। ମନ୍ତ୍ରୀ ଶ୍ରୀ ପଣ୍ଡା ଆର୍‌ଏନ୍‌ଏ ବାୟୋଟେକ୍‌, ଥିଙ୍କଜେନିକ୍ସ ଓ ଓଡ଼ିଶା ବେଭେରେଜ୍‌ ନାମକ ତିନୋଟି ଷ୍ଟାର୍ଟଅପ୍‌ର ବିଭିନ୍ନ ଉତ୍ପାଦର ଶୁଭାରମ୍ଭ କରିଥିଲେ।

ବିଜ୍ଞାନ ଓ କାରିଗରୀ ବିଭାଗର ଶାସନ ସଚିବ ମନୋଜ କୁମାର ମିଶ୍ର ଜୀବବିଜ୍ଞାନ ପ୍ରତିଷ୍ଠାନର ଇନ୍‌କ୍ୟୁବେଟର କେନ୍ଦ୍ର ସରକାରଙ୍କ ଶିଳ୍ପ ତଥା ବାଣିଜ୍ୟ ମନ୍ତ୍ରାଳୟ ପକ୍ଷରୁ ୫ କୋଟି ଟଙ୍କାର ଷ୍ଟାର୍ଟଅପ୍‌ ପାଣ୍ଠି ସହାୟତା ପାଇଥିବା ସୂଚନା ଦେଇଥିଲେ। ଜୀବବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ଅଜୟ ପରିଡ଼ା କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ବିଷୟରେ କହିଥିଲେ। ଏହି ଅବସରରେ ଏକ ପ୍ରଦର୍ଶନୀ ଓ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଜାତୀୟ ଧାନଗବେଷଣା କେନ୍ଦ୍ରର ନିର୍ଦ୍ଦେଶକ ପଦ୍ମିନୀ ସ୍ୱାଇଁ, ସାମୁଦ୍ରିକ ଉତ୍ପାଦ ରପ୍ତାନୀ ସଂଘ ଓଡ଼ିଶା ଶାଖା ସଭାପତି କମଳେଶ ମିଶ୍ର, ବରିଷ୍ଠ ବୈଜ୍ଞାନିକ ସନତ ମିଶ୍ର, ଆଗ୍ରୋ-ଲିଙ୍କ୍‌ ଖାଦ୍ୟ ପ୍ରକ୍ରିୟାକରଣ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଅସିତ ମହାପାତ୍ର ଓ ଉଦ୍ୟୋଗୀ ଶ୍ରୀରାମ ପଣ୍ଡା ଷ୍ଟାର୍ଟଅପ୍‌କୁ ପ୍ରୋତ୍ସାହିତ କରିବା ଆବଶ୍ୟକତା ନେଇ ଗୁରୁତ୍ବାରୋପ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe