ଶୋଭନୀୟ ସମାଜ ଗଠନ ପାଇଁ ଶୋଭାଯାତ୍ରା

Advertisment
ଶୋଭନୀୟ ସମାଜ ଗଠନ ପାଇଁ ଶୋଭାଯାତ୍ରା

ଭୁବନେଶ୍ୱର: ଆନ୍ତର୍ଜାତିକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ପକ୍ଷରୁ ସାମଜରେ ଶାନ୍ତି, ସଦ୍‌ଭାବନା, ନିଶା ନିବାରଣ ନେଇ ଏକ ଶାନ୍ତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷା ଅରୁନ୍ଧତୀ ଦେବୀଙ୍କ ନେତୃତ୍ୱରେ ବୁଦ୍ଧ ମନ୍ଦିର ନିକଟରୁ ଏହି ଶୋଭାଯାତ୍ରା ବାହାରି ମାଷ୍ଟରକ୍ୟାଣ୍ଟିନଠାରେ ପହଞ୍ଚିଥିଲା। ଶୋଭାଯାତ୍ରାକୁ ଜର୍ମାନର ବିଶିଷ୍ଟ ଡାକ୍ତର ବିକେ ଦାସ ଉଦ୍‌ଘାଟନ କରିଥିଲେ। ଏଭରେଷ୍ଟ ଆରୋହଣକାରୀ କଳ୍ପନା ଦାସ, ମିହିର କୁମାର ମେହେର, କୃଷ୍ଣ କୁମାର, ନିରାକାର ବେଉରା, ଇନ୍ଦ୍ରମଣି ନାୟକ, ହୃଷୀକେଶ ଷଡ଼ଙ୍ଗୀ, ଉଦୟନାଥ ସାହୁ, ପ୍ରଣବ ଛୋଟରାୟ, ଦୟାନିଧି ଦାସ, ସହଦେବ ମଲ୍ଲିକ, ଋକ୍ମିଣୀ ଦେବୀ, ବନଲତା ଦେବୀ, ମମତା ପ୍ରଧାନ ପ୍ରମୁଖ ଶୋଭନୀୟ ବାହିନୀ ସହ ଯୋଗ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe