ପେସାଦାର ଟ୍ରେନ୍ ଲୁଟେରା ଗିରଫ

ପେସାଦାର ଟ୍ରେନ୍ ଲୁଟେରା ଗିରଫ

ଜଟଣୀ: ଟ୍ରେନରେ ଯାତ୍ରୀଙ୍କ ଠାରୁ ଲୁଟ୍‌ପାଟ କରୁଥିବା ପେସାଦାର ଲୁଟେରାକୁ ଖୋର୍ଦ୍ଧାରୋଡ୍ ରେଳବାଇ ପୁଲିସ ଗିରଫ କରିଛି। ସେ ହେଲା ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ମୁକୁନ୍ଦପୁର ଗ୍ରାମର ଅମିତ କୁମାର ବାରିକ (୩୨)। ପୁଲିସ ତା’ ନିକଟରୁ ୪ଟି ଦାମୀ ମୋବାଇଲ ଫୋନ୍, ୪ହଜାର ଟଙ୍କା ଜବତ କରିଛି। ଗିରଫ ପରେ ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଛି।

ସୂଚନାଯୋଗ୍ୟ, ବୁଧବାର ଆରପିଏଫ୍ ଓ ରେଳବାଇ ପୁଲିସ ଖୋର୍ଦ୍ଧାରୋଡ୍ ଠାରୁ ବାଲୁଗାଁ ମଧ୍ୟରେ ଟ୍ରେନ୍‌ରେ ଯାଞ୍ଚ କରୁଥିଲେ। ସେହି ସମୟରେ ଅଭିଯୁକ୍ତ ଅମିତକୁ ସନ୍ଦେହରେ ଅଟକ ରଖିଥିଲେ। ପରେ ଯାଞ୍ଚ କରିବାରୁ ତା’ ନିକଟରୁ ବିଭିନ୍ନ କମ୍ପାନିର ୪ଟି ଦାମୀ ମୋବାଇଲ ଫୋନ୍ ସହ ନଗଦ ୪ ହଜାର ଟଙ୍କା ଜବତ ହୋଇଥିଲା। ଅଧିକ ପଚରାଉଚରା ବେଳେ ସେ ଜଣେ ପେସାଦାର ଲୁଟେରା ବୋଲି ପୁଲିସ ଜାଣିବାକୁ ପାଇଥିଲା। ଅଭିଯୁକ୍ତ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଥିବା ବେଳେ ପୂର୍ବରୁ ରାଉରକେଲା ପ୍ଲାଣ୍ଟ, ବରଗଡ଼, ଖଣ୍ଡଗିରି ଓ ପୁରୀ ସିଂହଦ୍ୱାର ଥାନାରେ ମାମଲା ରହିଛି। ଏ ନେଇ ଥାନାରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଓଆଇସି ଧରଣୀଧର ପ୍ରଧାନ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe