ପ୍ରଫେସର ଗୌରାଙ୍ଗ ନାୟକଙ୍କ ‘ପ୍ରବନ୍ଧ ସଂକଳନ’ ଉନ୍ମୋଚିତ

Advertisment
ପ୍ରଫେସର ଗୌରାଙ୍ଗ ନାୟକଙ୍କ ‘ପ୍ରବନ୍ଧ ସଂକଳନ’ ଉନ୍ମୋଚିତ

ଭୁବନେଶ୍ବର: ଶ୍ରୀଜଗନ୍ନାଥ ସଂସ୍କୃତି ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ପ୍ରଫେସର ଗୌରାଙ୍ଗ ଚରଣ ନାୟକଙ୍କ ‘ପ୍ରବନ୍ଧ ସଂକଳନ’ ଆମ ଓଡ଼ିଶା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସୋମବାର ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡ଼ିଶା ସାହିତ୍ୟ ଏକାଡେମିର ପୂର୍ବତନ ସଭାପତି ସାତକୋଡ଼ି ହେତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିଥିଲେ। ଶ୍ରୀ ହୋତା କହିଥିଲେ, ୫୩ଟି ନିବନ୍ଧର ସମାହାରରେ ପ୍ରକାଶିତ ଏହି ପୁସ୍ତକଟି ଭାରତବର୍ଷର ଦର୍ଶନ, ଚିନ୍ତନ, ଜ୍ଞାନ ଓ ଉପଲବ୍ଧି ଦୃଷ୍ଟିରୁ ବିନ୍ଦୁ ମଧ୍ୟରେ ସିନ୍ଧୁ ବୋଲି ଅଭିହିତ କରିଥିଲେ।

କେନ୍ଦ୍ର ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ପରିଷଦର ଆବାହକ ବିଜୟାନନ୍ଦ ସିଂହଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସଭାରେ ପୁସ୍ତକର ସଂକଳକ ପ୍ରଫେସର ବସନ୍ତ କୁମାର ଦାଶ ଓ ଆଚାର୍ଯ୍ୟ ଭାବାନନ୍ଦ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ। ସ୍ତମ୍ଭକାର ଅସିତ ମହାନ୍ତି ପୁସ୍ତକର ସମୀକ୍ଷା କରିଥିଲେ। ଶେଷ‌ରେ ପ୍ରଦୀପ୍ତ କୁମାର ପଣ୍ଡା ଧନ୍ୟବାଦ ଜଣାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe