କଳାକାରଙ୍କ ସାଙ୍ଗେ କାର୍ଯ୍ୟକ୍ରମ, ଭିତ୍ତିଭୂମି ଅଭାବରୁ ସେରାମିକ୍‌ କଳା ପ୍ରଚଳନ କମିଛି

Advertisment
କଳାକାରଙ୍କ ସାଙ୍ଗେ କାର୍ଯ୍ୟକ୍ରମ, ଭିତ୍ତିଭୂମି ଅଭାବରୁ ସେରାମିକ୍‌ କଳା ପ୍ରଚଳନ କମିଛି

ଭୁବନେଶ୍ବର: ସେରାମିକ୍‌ କଳା ମହେଞ୍ଜୋଦାର ଓ ହରପ୍ପା ସଭ୍ୟତା କାଳରୁ ପରିସ୍ଫୁଟନ ହୋଇଥିଲା। ଓଡ଼ିଶାରେ କଞ୍ଚାମାଲ୍‌ ଓ ଉଦୀୟମାନ ଶିଳ୍ପୀଙ୍କ ଅଭାବ ନାହିଁ। ମାତ୍ର ଭିତ୍ତିଭୂମି ଅଭାବରୁ ଏହାର ପ୍ରଚଳନ ଦିନକୁ ଦିନ କମିବାରେ ଲାଗିଛି। ଜେଡିସିଏ ପକ୍ଷରୁ ନୂଆପଲ୍ଲୀସ୍ଥିତ ଜେଡିସିଏ ପରିସରରେ ଆୟୋଜିତ ୨୩୦ତମ ‘କଳାକାରଙ୍କ ସାଙ୍ଗେ’ କାର୍ଯ୍ୟକ୍ରମରେ ଆଜି ‘ଓଡ଼ିଶାରେ ସେରାମିକ୍‌ କଳା’ ଶୀର୍ଷକ ଆଲୋଚନାରେ ଏପରି ମତ ପ୍ରକାଶ ପାଇଛି। ବିଶ୍ବଜିତା ମହାରଣା ମୁଖ୍ୟବକ୍ତା ଭାବେ ଯୋଗଦେଇ ପ୍ରକୃତି ଓ ସାମାଜିକ ସମସ୍ୟା ତାଙ୍କ କଳାରେ ସ୍ଥାନ ପାଇଛି ବୋଲି କହିଥିଲେ। ବରିଷ୍ଠ ସେରାମିକ୍‌ କଳାକାର ପୃଥ୍ବୀରାଜ ସିଂହଦେଓ, ଚିତ୍ରଶିଳ୍ପୀ ରାମହରି ଜେନା ପ୍ରମୁଖ ବିଭିନ୍ନ ଦିଗ ଉପରେ ଆଲୋକପାତ କରିଥିଲେ। ଅନନ୍ତ ଚରଣ ସାହୁ ଅତିଥିଙ୍କୁ ସ୍ବାଗତ କରିଥିବା ବେଳେ ମଙ୍ଗଳା ପ୍ରସାଦ ମହାନ୍ତି ଅତିଥି ପରିଚୟ ଦେଇଥିଲେ। ବିଥି ଦାସ, ଚୈତାବସୁ ଜେନା, ଏଲ୍‌ଏନ୍‌ ସାହୁ, ରତ୍ନମାଳା ମିଶ୍ର, ଧୀରେନ୍‌ ଦାସ, ବୀରେନ ଦାସ, ପି. ପ୍ରିୟଦର୍ଶିନୀ, ଶ୍ରୀପ୍ରକାଶ ପାଣି, ଦିଗମ୍ବର ମହାଳିକ, ମିନୁ ପାଣି ପ୍ରମୁଖ ଅଂଶଗ୍ରହଣ କରିଥିଲେ। ବିଶ୍ବଜିତ ରାଉତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe