ଶହେ ଶିକ୍ଷକଙ୍କୁ ରୋଟାରି କ୍ଲବର ସମ୍ବର୍ଦ୍ଧନା

Advertisment
ଶହେ ଶିକ୍ଷକଙ୍କୁ ରୋଟାରି କ୍ଲବର ସମ୍ବର୍ଦ୍ଧନା

ଭୁବନେଶ୍ୱର: ରୋଟାରି ନୀଳାଦ୍ରି କ୍ଲବ, ଭୁବନେଶ୍ୱର ଓ ସଂପୂର୍ଣ୍ଣ ସାକ୍ଷରତା ଅଭିଯାନ ପକ୍ଷରୁ ଆଜି ଗୀତଗୋବିନ୍ଦ ସଦନରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ପୁଣ୍ୟଶ୍ଳୋକ ମହାନ୍ତିଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଖୋର୍ଦ୍ଧା ଜିଲ୍ଲାର ଶହେ କୃତୀ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଅତିଥି ଭାବେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର୍‌ ସଞ୍ଜୟ ନାୟକ, କିସ୍‌ ବିଶ୍ବବିଦ୍ୟାଳୟ କୁଳପତି ହରେକୃଷ୍ଣ ଶତପଥୀ, ରୋଟାରି ଜିଲ୍ଲା ଗଭର୍ଣ୍ଣର୍‌ ପ୍ରଭୁଦତ୍ତ ସୁବୁଦ୍ଧି, ଓଡ଼ିଶା ଅଭିଭାବକ ମହାସଂଘର ସଭାପତି ବାସୁଦେବ ଭଟ୍ଟ, ଶିବବ୍ରତ ଦାସ ପ୍ରମୁଖ ଯୋଗଦେଇ କୃତୀ ଶିକ୍ଷକଙ୍କୁ ‘ରାଷ୍ଟ୍ର ନିର୍ମାଣ ସମ୍ମାନ’ରେ ସମ୍ମାନିତ କରିଥିଲେ। ରୋଟାରି ଜିଲ୍ଲା ଶିକ୍ଷା ସଂଯୋଜକ ଅଚ୍ୟୁତାନନ୍ଦ ରାଉତରାୟ, ସମ୍ପାଦକ ମନୋଜ ତ୍ରିପାଠୀ, ସ୍ୱପ୍ନେନ୍ଦୁ ସାମନ୍ତରାୟ, ଓମ୍‌ ପ୍ରକାଶ ଧଳ, ବିନ୍ଧ୍ୟବାସିନୀ, ଅଭିଭାବକ ମହାସଂଘ ସହ ଅଧ୍ୟକ୍ଷ ପ୍ରସନ୍ନ ବିଷୋୟୀ, ସୁଜିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ। ସମ୍ପାଦକ ରୁଦ୍ରକାନ୍ତ ମହାପାତ୍ର ଧନ୍ୟବାଦ ଦେଇଥିଲେ।
ସୂଚନାଯୋଗ୍ୟ, ସବୁ ପିଲାଙ୍କ ନିକଟରେ ଗୁଣାତ୍ମକ ଶିକ୍ଷା ପହଞ୍ଚାଇବାର ସଂକଳ୍ପ ନେଇ ସଭାପତି ପୁଣ୍ୟ‌ଶ୍ଳୋକ ମହାନ୍ତି ମିସନ୍‌ ମୋଡ୍‌ରେ କାର୍ଯ୍ୟକ୍ରମ ଚଳାଇ ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe