ପ୍ରୋପ୍ୟାକ୍ ଓଡ଼ିଶା ୨୦୨୪, ଓଡ଼ିଶା ପ୍ଲାଷ୍ଟ ୨୦୨୪ ଆରମ୍ଭ

ରାଜ୍ୟର ସବୁ ବ୍ଲକ୍‌ରେ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ସ୍ଥାପନ କରିବା ଲାଗି ସରକାର ଏକ ନୀତି ଆଣିବେ ବୋଲି ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଜନତା ମଇଦାନ୍‌ଠ‌ାରେ ମେଗା କାର୍ଯ୍ୟକ୍ରମ ପ୍ରୋପ୍ୟାକ୍ ଓଡ଼ିଶା ୨୦୨୪...

adadadad

ଭୁବନେଶ୍ବର: ରାଜ୍ୟର ସବୁ ବ୍ଲକ୍‌ରେ ମଧ୍ୟମ ଧରଣର ଶିଳ୍ପ ସଂସ୍ଥା ସ୍ଥାପନ କରିବା ଲାଗି ସରକାର ଏକ ନୀତି ଆଣିବେ ବୋଲି ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି। ଜନତା ମଇଦାନ୍‌ଠ‌ାରେ ମେଗା କାର୍ଯ୍ୟକ୍ରମ ପ୍ରୋପ୍ୟାକ୍ ଓଡ଼ିଶା ୨୦୨୪ ଓ ଓଡ଼ିଶା ପ୍ଲାଷ୍ଟ୍ ୨୦୨୪କୁ ଉଦ୍‌ଘାଟନ କରି ସେ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ବ୍ଲକ୍‌ରେ ଯେଭଳି ଶିଳ୍ପ ସ୍ଥାପନ ହୋଇପାରିବ ସେଥିପାଇଁ ଶିଳ୍ପ ସଂସ୍ଥାଗୁଡ଼ିକୁ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ରଦାନ କରାଯିବ ଓ ସେମାନଙ୍କୁ ସ୍ବତନ୍ତ୍ର ସୁବିଧା ଯୋଗାଇ ଦିଆଯିବ। ଏହି ଚାରି ଦିନିଆ କାର୍ଯ୍ୟକ୍ରମ ଚଳିତ ମାସ ୨୪ ପର୍ଯ୍ୟନ୍ତ ଚାଲିବ। ଏହାକୁ ଓଡ଼ିଶା ଆସେମ୍ବଲି ଅଫ୍ ସ୍ମଲ୍‌ ଆଣ୍ଡ୍ ମିଡିୟମ୍ ଏଣ୍ଟରପ୍ରାଇଜେସ୍ (ଓସ୍‌ମି) ଓ ଫ୍ୟୁଚରେକ୍ସ ଫେୟାର ଆଣ୍ଡ୍‌ ଇଭେଣ୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌ର ମିଳିତ ସହଯୋଗରେ ଆୟୋଜନ କରାଯାଇଛି।

ଏଥିରେ ୨୫୦ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରଦର୍ଶକ ଅଂଶଗ୍ରହଣ କରି ସେମାନଙ୍କ ୩୦୦୦ରୁ ଅଧିକ ଅଭିନବ ଉତ୍ପାଦ ପ୍ରଦର୍ଶିତ କରିଛନ୍ତି। ସହଯୋଗିତା ଓ ଜ୍ଞାନର ଆଦାନପ୍ରଦାନ ଲାଗି ଏହା ବ୍ୟବସାୟ, ଉଦ୍ୟୋଗୀ ଓ ଶିଳ୍ପ ବିଶେଷଜ୍ଞମାନଙ୍କୁ ଏକ ମଞ୍ଚ ପ୍ରଦାନ କରୁଛି। ଏହି ଅବସରରେ ଏମ୍‌ଏସ୍‌ଏମ୍‌ଇ ବିଭାଗର ସ୍ବତନ୍ତ୍ର ସଚିବ ବିଭୂତି ଭୂଷଣ ଦାସ, ଫ୍ୟୁଚରେକ୍ସର ଅଧ୍ୟକ୍ଷ ସ୍ବାମୀ ପ୍ରେମ୍ ଅନ୍ବେଷୀ, ଓସ୍‌ମିର ଅଧ୍ୟକ୍ଷ ଗୌରୀ ଶଙ୍କର ଦାସ ଓ ସାଧାରଣ ସଚିବ (ଅବୈତନିକ) ସାତ୍ତ୍ବିକ ସ୍ବାଇଁ ଅତିଥି ଭାବେ ଯୋଗ ଦେଇଥିଲେ। ରାଜ୍ୟର ଏମ୍‌ଏସ୍‌ଏମ୍‌ଇଗୁଡ଼ିକ ଲାଗି ଭୁବନେଶ୍ବରରେ ଏକ ସ୍ଥାୟୀ ପ୍ରଦର୍ଶିତ କେନ୍ଦ୍ର ସ୍ଥାପନ କରିବା ଲାଗି ଓସ୍‌ମିର ଶ୍ରୀ ସ୍ବାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଏହି ଅବସରରେ ଷ୍ଟାର୍ଟଅପ୍‌ଗୁଡ଼ିକୁ ସହଯୋଗ କରିବା ଲାଗି ଓସ୍‌ମି ପକ୍ଷରୁ ଓସ୍‌ମି ଷ୍ଟାର୍ଟଅପ୍ ସେଲ୍‌ ଆରମ୍ଭ କରାଯାଇଛି। ଚଳିତ ମାସ ୨୧ରୁ ୨୪ ପର୍ଯ୍ୟନ୍ତ ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଖୋଲା ରହିଛି। ଏଥିରେ ଓଡ଼ିଶାର ପ୍ରତିରକ୍ଷା ସମ୍ଭାବନା, ପ୍ରିଣ୍ଟିଂ ଓ ପ୍ୟାକେଜିଂ ଶିଳ୍ପ ଉପରେ ସେମିନାର ମଧ୍ୟ ଆୟୋଜନ କରିବା କାର୍ଯ୍ୟକ୍ରମ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe