ଚତୁର୍ଥ ଶ୍ରେଣୀ ସ୍ଥାୟୀ, ଅସ୍ଥାୟୀ କର୍ମଚାରୀ ସଂଘର ବିକ୍ଷୋଭ

ଚତୁର୍ଥ ଶ୍ରେଣୀ ସ୍ଥାୟୀ, ଅସ୍ଥାୟୀ କର୍ମଚାରୀ ସଂଘର ବିକ୍ଷୋଭ

ଭୁବନେଶ୍ୱର: ୫ଦଫା ଦାବିରେ ଆଜି ଚତୁର୍ଥ ଶ୍ରେଣୀ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ ସଂଘ ପକ୍ଷରୁ ଲୋୟର ପିଏମ୍‌ଜିଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସଂଘର ଶତାଧିକ କର୍ମୀ ମାଷ୍ଟରକ୍ୟାଣ୍ଟିନ୍‌ ଛକରୁ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜି ପର୍ଯ୍ୟନ୍ତ ଆସିଥିଲେ। ଷଷ୍ଠ ବେତନରେ ଥିବା ତ୍ରୁଟି ସଂଶୋଧନ କରି ମୂଳ ଦରମା ସର୍ବନିମ୍ନ ୧୮ ହଜାର ଟଙ୍କା ଓ ବକେୟା ଦରମା ପ୍ରଦାନ, ଅବସର ବୟସ ୬୦ ରୁ ୬୨ ବର୍ଷକୁ ବୃଦ୍ଧି, ମୃତ କର୍ମଚାରୀଙ୍କ ପରିବାରରୁ ଠିକା ନିଯୁକ୍ତି ପରିବର୍ତ୍ତେ ସିଧାଳସଖ ସ୍ଥାୟୀ ନିଯୁକ୍ତି, ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ଅସ୍ଥାୟୀ କର୍ମଚାରୀ, ଠିକାରେ ନିଯୁକ୍ତି, ଆଉଟ୍‌ସୋର୍ସିଂ, ସର୍ଭିସ୍‌ ପ୍ରୋଭାଇଡର୍‌ ଆଦି ଉଚ୍ଛେଦ କରି ସମାନ କାମକୁ ସମାନ ଦରମା ପ୍ରଦାନ ପାଇଁ ସଂଘ ଦାବି କରିଛି।

ଏହି ଅବସରରେ ସଂଘର ଏକ ପାଞ୍ଚ ଜଣିଆ ପ୍ରତିନିଧି ମଣ୍ଡଳୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦଶ୍ୟରେ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲେ। ସପ୍ତାହକ ମଧ୍ୟରେ ମୁଖ୍ୟମନ୍ତ୍ରୀ ଆଲୋଚନାକୁ ନ ଡାକନ୍ତି, ଆଗାମୀ ଦିନରେ ରାଜ୍ୟର ଗ୍ରୁପ୍‌ ‘ଡି’ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀମାନେ ସେମାନଙ୍କର ପରିବାର ସହ ରାଜଧାନୀରେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଆଜିର ଏହି ଆନ୍ଦୋଳନରେ ସଂଘର ଉପସଭାପତି ଅଜୟ କୁମାର ନାୟକ, ଗଙ୍ଗାଧର ସ୍ୱାଇଁ, ଗଗନ ବିହାରୀ ଭଞ୍ଜ, ଏକାଦଶୀ ପରିଡ଼ା, ଶ୍ୟାମସୁନ୍ଦର ଦାସ ପ୍ରମୁଖ ନେତୃତ୍ୱ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe