ଅଧା କମ୍ପୋଷ୍ଟ ପ୍ଲାଣ୍ଟକୁ ଲୋକଙ୍କ ବିରୋଧ, ଅଟକିଛି କାମ

Advertisment
ବଡ଼ଗଡ଼ ବ୍ରିଟ୍‌ କଲୋନି ନେତାଜୀ ପଡ଼ିଆରେ କମ୍ପୋଷ୍ଟ ପ୍ଲାଣ୍ଟ୍‌କୁ ବିରୋଧ

ଭୁବନେଶ୍ବର : ୨୦୨୦ରୁ ରାଜଧାନୀର ଅଳିଆ ଭୁଆସୁଣିରେ ନ ପକାଇବାକୁ ବିଏମ୍‌ସି ଏନ୍‌ଜିଟିରେ ସତ୍ୟପାଠ କରି ଜଣାଇଛି। ତେଣୁ ରାଜଧାନୀ ଭିତରେ ୪୩ଟି କମ୍ପୋଷ୍ଟ ପ୍ଲାଣ୍ଟ ନିର୍ମାଣ କରି ଏହି ଅଳିଆ ବିଶୋଧନ କରିବାକୁ ଯୋଜନା କରିଛି। କିନ୍ତୁ ଏବେ ସୁଦ୍ଧା ୨୨ଟି କମ୍ପୋଷ୍ଟ ପ୍ଲାଣ୍ଟ କାମ ଚାଲିଥିବା ବେଳେ ଆଉ ୨୧ଟିର କାମ ଆରମ୍ଭ ହୋଇପାରୁନି। ସ୍ଥାନୀୟ ଲୋକଙ୍କ ବିରୋଧ ଯୋଗୁଁ ବିଏମ୍‌ସି ଆଗକୁ ଅଳିଆ କେଉଁଠି ପକାଇବ ସେ ଚିନ୍ତା ଘାରିଲାଣି।

ବିଏମ୍‌ସି ଲୋକଙ୍କୁ ଯେତେ ବୁଝାଇଲେ ବି ଲୋକ ବୁଝିବାକୁ ନାରାଜ। ତେଣୁ ଯେଉଁ ଅଞ୍ଚଳର ଲୋକ କମ୍ପୋଷ୍ଟ ପ୍ଲାଣ୍ଟକୁ ବିରୋଧ କରୁଛନ୍ତି, ସେମାନଙ୍କ ଅଳିଆ କେଉଁଠି ପଡ଼ିବ, ତାହା ଚିନ୍ତାର ବିଷୟ ହୋଇଛି। ବିଏମ୍‌ସିର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୪୩ଟି କମ୍ପୋଷ୍ଟ ପ୍ଲାଣ୍ଟ ପାଇଁ ୧୦ଟି ସ୍ଥାନରେ ଆବର୍ଜନା ସଂଗ୍ରହ କେନ୍ଦ୍ର ହେବ। ହେଲେ ଅଧା ସ୍ଥାନରେ ଲୋକ ବିରୋଧ କରୁଥିବାରୁ କାମ ଆଗେଇପାରୁନି। ଏବେ ଆମେ ଲୋକଙ୍କୁ ବୁଝାଇଛୁ। ସେମାନେ ବୁଝୁନାହାନ୍ତି। ‌ତେଣୁ ଯେଉଁମାନେ ନ ବୁଝି‌ବେ, ସେହି ଅଞ୍ଚଳରୁ ବିଏମ୍‌ସି ଅଳିଆ ଉଠାଇବନି କିମ୍ବା ପୁଲିସ ଉପସ୍ଥିତିରେ ସେଠାରେ ପ୍ଲାଣ୍ଟ ହେବ। ଏହି ଦୁଇଟା ଭିତରୁ ଗୋଟିଏ ଖୁବ୍‌ ଶୀଘ୍ର କାର୍ଯ୍ୟକାରୀ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe