ଏଲ୍‌ଆଇସି ଘରୋଇକରଣ ବିରୋଧରେ ବିକ୍ଷୋଭ

ଏଲ୍‌ଆଇସି ଘରୋଇକରଣ ବିରୋଧରେ ବିକ୍ଷୋଭ

ଭୁବନେଶ୍ବର : ଚଳିତ କେନ୍ଦ୍ର ବଜେଟ୍‌ରେ ଏଲ୍‌ଆଇସି (ଭାରତୀୟ ଜୀବନବୀମା ନିଗମ)ରୁ ପୁଞ୍ଜି ପ୍ରତ୍ୟାହାର ବା ଘରୋଇକରଣକୁ ବିରୋଧ କରି ଆଜି ସିପିଆଇ ପକ୍ଷରୁ ବି‌କ୍ଷୋଭ ପ୍ରଦର୍ଶନ କରାଯାଇଛି। ଜୋନ୍‌ ସମ୍ପାଦକ ସୁର ଜେନାଙ୍କ ନେତୃତ୍ବରେ ୫୦ରୁ ଊର୍ଦ୍ଧ୍ବ କର୍ମୀ ନନ୍ଦିନୀ ଶତପଥୀ ଛକରୁ ଶୋଭାଯାତ୍ରାରେ ବାହାରି ଏଲ୍‌ଆଇସି ଛକରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ସଭା ଅନୁଷ୍ଠିତ ହୋଇଥିଲା। ରାଜ୍ୟ ସମ୍ପାଦକ ଆଶିଷ କାନୁନ୍‌ଗୋ, ଦିବାକର ନାୟକ, କ୍ଷୀରୋଦ ସିଂହଦେଓ, ଡ. ସୌରୀବନ୍ଧୁ କର, ବ୍ୟାଙ୍କ୍‌ କର୍ମଚାରୀ ନେତା ମନୋରଞ୍ଜନ ଦାସ, ଖୋର୍ଦ୍ଧା ଜିଲ୍ଲା ସହସମ୍ପାଦକ ସତୀଶ ମିଶ୍ର, ଏଆଇଏସ୍‌ଏଫ୍‌ ରାଜ୍ୟ ସଭାନେତ୍ରୀ ସଂଘମିତ୍ରା ଜେନା ପ୍ରମୁଖ ଯୋଗ‌ଦେଇ ଏଲ୍‌ଆଇସି ଭଳି ଲାଭଦାୟକ ସଂସ୍ଥାକୁ ଘରୋଇ ସଂସ୍ଥା ହାତରେ ଟେକି ଦେବା ଯୋଜନାକୁ ବିରୋଧ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୟନ୍ତ ଦାସ, ଅବକାଶ ସାହୁ, ବିଜୟ ଜେନା, ସଞ୍ଜୀବ ପତି, ରୀତା ସେଠୀ, ଲୋକନାଥ ଭୋଇ, ପବିତ୍ର ସ୍ବାଇଁ, ଡାକ ହେମ୍ବ୍ରମ୍‌ ପ୍ରମୁଖ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ, ୧୯୫୬ ମସିହାରେ ଏଲ୍‌ଆଇସିର ପ୍ରତିଷ୍ଠା ହୋଇଥିଲା। ସେ‌ତେବେଳେ କେନ୍ଦ୍ର ସରକାର ମାତ୍ର ୫ କୋଟି ଟଙ୍କା ଏବଂ ୨୦୦୦ ମସିହାରେ ଶହେ କୋଟି ଟଙ୍କା ବିନିଯୋଗ କରି ୨ ଲକ୍ଷ ୨୫ ହଜାର କୋଟି ଟଙ୍କା ଲାଭ ପାଇଛନ୍ତି। ଏବେ ୨୮କୋଟିରୁ ଊର୍ଦ୍ଧ୍ବ ପୁଞ୍ଜି ନିବେଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe