ଭୁବନେଶ୍ୱର : ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଉଠ-ବସ୍ କରାଇବା ଘଟଣାରେ ପାଟଣାଗଡ଼ ବିଧାୟକଙ୍କୁ ଗିରଫ କରିବା ପାଇଁ ଦାବି କରିଛି ଓଡ଼ିଶା ବିକାଶ ପରିଷଦ। ଅନୁଷ୍ଠାନର ୫୦ରୁ ଊର୍ଦ୍ଧ୍ବ କର୍ମୀ ବିଧାୟକଙ୍କ ଗିରଫଦାରୀ ଦାବି କରି ରାଜଭବନ ଛକରେ ତାଙ୍କର କୁଶପୁତ୍ତଳିକା ଦାହ କରିଛନ୍ତି। ଗତ ୮ ତାରିଖରେ ବିଧାନସଭା ସମ୍ମୁଖରେ ହୋଇଥିବା ବିକ୍ଷୋଭରେ ମୁଖ୍ୟ ଶାସନ ସଚିବଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବା ଦୁର୍ଭାଗ୍ୟଜନକ ବୋଲି ପରିଷଦର ସଭାପତି ସୁଶାନ୍ତ କୁମାର ପାଢ଼ୀ କହିଛନ୍ତି।
ପାଟଣାଗଡ଼ ବିଧାୟକଙ୍କୁ ଗିରଫ ଦାବି
Advertisment
Follow Us