ଭୁବନେଶ୍ୱର: ଯାଜପୁର ଜିଲ୍ଲା ଦଶରଥପୁରରେ ଅସହାୟ ମହିଳାଙ୍କୁ ବିଜେଡି କାର୍ଯ୍ୟାଳୟରେ ଦଳୀୟ ନେତା କରିଥିବା ଦୁଷ୍କର୍ମ ଘଟଣାର ପ୍ରତିବାଦ କରିଛି ବିଜେପି ମହିଳା ମୋର୍ଚା। ଆଜି ଏନେଇ ମୋର୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ୱରେ ମହିଳାମାନେ ରାଜ୍ୟ କାର୍ଯ୍ୟାଳୟରୁ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ରାମମନ୍ଦିର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ଏହି ଦୁଷ୍କର୍ମ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ୨୪ ଘଣ୍ଟା ମଧ୍ୟରେ ସ୍ପଷ୍ଟୀକରଣ ଦେବା ସହ ବିଧାୟକ ପ୍ରଣବ ପ୍ରକାଶ ଦାସ ତୁରନ୍ତ ଜବାବ ରଖନ୍ତୁ ବୋଲି ବିଜେପି ଦାବି କରିଛି। ନଚେତ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି ଶ୍ରୀମତୀ ପରିଡ଼ା ଚେତାବନୀ ଦେଇଛନ୍ତି। ଏହି ବିକ୍ଷୋଭରେ କାନନବାଳା ପଟ୍ଟନାୟକ, ବିଜୟଲକ୍ଷ୍ମୀ ମହାପାତ୍ର, ରଶ୍ମିରେଖା ଦାସ, ମୀନାକ୍ଷୀ ପ୍ରିୟଦର୍ଶିନୀ , ରଶ୍ମି ପଟ୍ଟନାୟକ, ଶୁଭାସିନୀ ପୃଷ୍ଟି, ଶଶିରେଖା ରଥ, ଅନୁସୂୟା ସାହୁ, ମୀନା ସେଠୀ, ପୁଷ୍ପିତା ମହାପାତ୍ର ପ୍ରମୁଖ ସାମିଲ ହୋଇଥିଲେ।
ବିଜେପି ମହିଳା ମୋର୍ଚାର ବିକ୍ଷୋଭ
Advertisment
Follow Us