ବିଜେପି ସାଂସଦଙ୍କ ଗିରଫ ଦାବିରେ ଏଆଇଟିୟୁସି ପକ୍ଷରୁ ବିକ୍ଷୋଭ

Advertisment
ବିଜେପି ସାଂସଦଙ୍କ ଗିରଫ ଦାବିରେ ଏଆଇଟିୟୁସି ପକ୍ଷରୁ ବିକ୍ଷୋଭ

The Economic Times

ଭୁବନେଶ୍ବର: ଭାରତର ଖ୍ୟାତନାମା ମହିଳା କୁସ୍ତିବିତ୍‌ଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର ପ୍ରଦର୍ଶନକାରୀ ବିଜେପି ସାଂସଦ ବ୍ରିଜଭୂଷଣଙ୍କ ଗିରଫ ଦାବି କରିଛି ଅଖିଳ ଭାରତୀୟ ଟ୍ରେଡ ୟୁନିୟନ କଂଗ୍ରେସ(ଏଆଇଟିୟୁସି)। ଏଆଇଟିୟୁସି ପକ୍ଷରୁ ଦେଶବ୍ୟାପୀ ଚ‌‌ାଲିଥିବା ବିକ୍ଷୋଭ ପ୍ରଦର୍ଶନ ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍ ଛକରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ସମ୍ପୃକ୍ତ ବିଜେପି ସାଂସଦଙ୍କ ଗିରଫ ଦାବି କରାଯାଇଛି। ସମ୍ପ୍ରତି ଦେଶରେ ବିଜେପିର ଯୌନ ବ୍ୟଭିଚାରୀଙ୍କ କବଳରୁ ଛାତ୍ରୀ, ଯୁବତୀ ଓ ମହିଳାମାନଙ୍କୁ ରକ୍ଷା କରିବା ପ୍ରତ୍ୟେକ ନାଗରିକର ପ୍ରାଥମିକ କର୍ତ୍ତବ୍ୟ।

ଏଣୁ ଅବିଳମ୍ବେ ବିଜେପି ସାଂସଦ ବ୍ରିଜଭୂଷଣଙ୍କୁ ଗିରଫ କରିବା ସହ ତଦନ୍ତ ଦାବି କରିଛି ଏଆଇଟିୟୁସି। ଏହି କାର୍ଯ୍ୟକ୍ରମରେ ଏଆଇଟିୟୁସି ରାଜ୍ୟ ସାଧାରଣ ସମ୍ପାଦକ ବିଜୟ ଜେନା, ଜାତୀୟ ପରିଷଦ ସଦସ୍ୟ ଜୟନ୍ତ ଦାସ, ବିକେଏମୟୁ ରାଜ୍ୟ ସାଧାରଣ ସମ୍ପାଦକ ସୁର ଜେନା, ଶଙ୍କର ବାରିକ, ପଞ୍ଚାନନ ସାହୁ, ବଳରାମ ଜାଲି, ଛେତମ୍ବର ଭୋଇ, ଯଶୋବନ୍ତ ଦାସ ମହାପାତ୍ର, ଅହଲ୍ୟା ସାହୁ, ନବକିଶୋର ବେହେରା, ସୁର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe