୧୦ ଦଫା ଦାବିରେ ଆନ୍ଦୋଳନ କରିବେ ବିଦ୍ୟୁତ୍‌ କର୍ମଚାରୀ

୧୦ ଦଫା ଦାବିରେ ଆନ୍ଦୋଳନ କରିବେ ବିଦ୍ୟୁତ୍‌ କର୍ମଚାରୀ

Photo by : iStock

ଭୁବନେଶ୍ୱର: ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇବ ଇଲେକ୍ଟ୍ରିସିଟି ଏମ୍ପ୍ଲଏଜ୍‌ ଫେଡରେସନ ଅଫ୍‌ ଇଣ୍ଡିଆ(ଇଇଏଫ୍‌ଆଇ)। ଉପଭୋକ୍ତାଙ୍କ ସମସ୍ୟାର ସମାଧାନ ପାଇଁ ବିଦ୍ୟୁତ୍‌ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଆଉଟ୍‌ସୋର୍ସିଂ କର୍ମଚାରୀ ଆନ୍ଦୋଳନ କରିବେ ବୋଲି ଗତକାଲି ବସିଥିବା ଇଇଏଫ୍‌ଆଇ ଓଡ଼ିଶା ଶାଖା ବୈଠକରେ ନିଷ୍ପତ୍ତି ନିଆଯାଇଛି। ସଂଘର ରାଜ୍ୟ ଅଧ୍ୟକ୍ଷ ବିଷ୍ଣୁ ମହାନ୍ତିଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଅନୁଯାୟୀ ବିଦ୍ୟୁତ୍‌ ବିଭାଗରେ କାର୍ଯ୍ୟରତ ଠିକା ଶ୍ରମିକଙ୍କୁ ସମାନ କାମ ପାଇଁ ସମାନ ଦରମା, ଖାଲି ପଡ଼ିଥିବା ପଦ ପୂରଣ, କ୍ଲରିକାଲ ତଥା ଆଡମିନିଷ୍ଟ୍ରେଟିଭ୍‌ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ଏନୋମୋଲିକୁ ତୁରନ୍ତ ସମାଧାନ, ଉପଭୋକ୍ତାଙ୍କୁ ଉନ୍ନତ ବିଦ୍ୟୁତ ସେବା ଯୋଗାଇବା, ଇଲେକ୍ଟ୍ରିସିଟି ଟାରିଫ୍‌କୁ ନ ବଢ଼ାଇ ଏଟି ଆଣ୍ଡ ସି ଲସ୍‌କୁ କମାଇବା ପାଇଁ ଅତ୍ୟାଧୁନିକ ପଦକ୍ଷେପ ଗ୍ରହଣ ପରି ୧୦ ଦଫା ଦାବି ଉପରେ ଆଲୋଚନା ହୋଇଥିଲା। ଏଥିସହ ଏସ୍‌ମା ଆଇନକୁ ପ୍ରତ୍ୟାହାର ଦାବି ନେଇ ରାଜ୍ୟ ଓ କେନ୍ଦ୍ର ସରକାର, ଶକ୍ତି ବିଭାଗ, ସିଏମ୍‌ଡି/ଗ୍ରିଡ୍‌କୋ/ଓପିଟିସିଏଲ୍‌ ତଥା େଓ୍ଵସକୋ/ନେସକୋ/ସାଉଥକୋର ଆଡମିନିଷ୍ଟେଟର୍‌ ଓ ସେସୁ ଚେୟାରମ୍ୟାନ୍‌କୁ ଦାବିପତ୍ର ଦିଆଯିବ। ଜୁଲାଇ ୧୬ରେ ବିଭାଗୀୟ ମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯିବ। ଅଗଷ୍ଟ ୧୫ ସୁଦ୍ଧା ଯଦି ଦାବି ପୂରଣ ନ ହେଲେ ସେପ୍ଟେମ୍ବର ୧୪ରେ ଧାରଣା ଦିଆଯିବ ବୋଲି ଆଜି ଶ୍ରମିକ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସଂଘର ଜାତୀୟ ସମ୍ପାଦକ ପ୍ରଣୟ କୁମାର ନାୟକ, ରାଜ୍ୟ ଅଧ୍ୟକ୍ଷ ବିଷ୍ଣୁ ମହାନ୍ତି, ସାଧାରଣ ସମ୍ପାଦକ ପ୍ରଭାତ କୁମାର ମଲ୍ଲ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe