ବାଲିଅନ୍ତା: ବାଲିପାଟଣା ବିଦ୍ୟୁତ ସେକ୍ସନ୍ ଅଧୀନ ବୁଦ୍ଧିପଡ଼ା ବେହେରା ସାହିସ୍ଥିତ ଟ୍ରାନ୍ସଫର୍ମର୍ରେ ତ୍ରୁଟି ଯୋଗୁ ବାରମ୍ବାର ବିଦ୍ୟୁତ ବିଭ୍ରାଟ ହେଉଛି। ଟ୍ରାନ୍ସଫର୍ମର୍ରେ ଥିବ ୩ଟି ସୁଇଚ୍ ଭାଙ୍ଗି ଯାଇଛି। ଫଳରେ କୌଣସି ସମସ୍ୟା ହେଲେ ବାଲିପାଟଣା ସେକ୍ସନ୍କୁ ଯିବାକୁ ପଡ଼ୁଛି। ଦୁଇମାସ ବିତିଯାଇଥିଲେ ମଧ୍ୟ ନୂଆ ସୁଇଚ୍ ଲାଗୁନି କି ଟ୍ରାନ୍ସଫର୍ମର୍ ମରାମତି ହେଉନି। ବାରମ୍ବାର ବିଦ୍ୟୁତ ବିଭ୍ରାଟ ସମସ୍ୟା ସାଙ୍ଗକୁ ଗ୍ରୀଷ୍ମ ତାତି ଯୋଗୁଁ ଲୋକମାନେ ଅସ୍ତବ୍ୟସ୍ତ ହୋଇପଡ଼ିଛନ୍ତି। ଟ୍ରାନ୍ସଫର୍ମର୍ରେ ଠିକ ସମୟରେ ତେଲ ପଡ଼ୁନି। ଲୋ ଭୋଲଟେଜ୍ ସମସ୍ୟା ଲାଗି ରହିଥିବାରୁ ବାର୍ଷିକ ପରୀକ୍ଷା ସମୟରେ ପିଲାମାନେ ପାଠ ପଢ଼ି ପାରୁନାହାନ୍ତି। ଏ ସଂପର୍କରେ ବୁଦ୍ଧିପଡ଼ା ଓ ବାଲିପାଟଣାସ୍ଥିତ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀଙ୍କୁ ଉପଭୋକ୍ତାମାନେ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଏହାର ପ୍ରତିବାଦରେ କିଛି ଗ୍ରାମବାସୀ ସ୍ଥାନୀୟ ବୁଦ୍ଧିପଡ଼ା ସେସୁ କାର୍ଯ୍ୟାଳୟ ସମ୍ମୁଖରେ ହୋହଲ୍ଲା କରିବା ସହ ଉକ୍ତ ରାସ୍ତା ଅବରୋଧ କରିଥିଲେ। ଟ୍ରାନ୍ସଫର୍ମର୍ ମରାମତି ଦିଗରେ କର୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି।
ବିଦ୍ୟୁତ ବିଭ୍ରାଟ ପ୍ରତିବାଦରେ ରାସ୍ତା ଅବରୋଧ
Advertisment
Follow Us