ଉତ୍ତମ ଚିକିତ୍ସା ଦାବିରେ ଜେଲ୍‌ରେ ଧାରଣା

Advertisment

ଝାରପଡ଼ା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ ଘଟଣା

ଝାରପଡ଼ା ଜେଲ୍‌ରେ କଏଦୀଙ୍କ ମୃତ୍ୟୁ ଘଟଣା

ଉତ୍ତମ ଚିକିତ୍ସା ଦାବିରେ ଜେଲ୍‌ରେ ଧାରଣା

ଭୁବନେଶ୍ବର: ଦୁଇ ଦିନ ତଳେ ଗଦାଧର ସାହୁ ନାମକ ଜଣେ କଏଦୀଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ଝାରପଡ଼ା ସ୍ବତନ୍ତ୍ର ଜେଲ୍ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି। କଏଦୀମାନଙ୍କୁ ଜେଲ୍ ଭିତରେ ଚିକିତ୍ସାରେ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। ଉତ୍ତମ ଚିକିତ୍ସା ଦାବି କରି ସେମାନେ ଜେଲ୍ ଭିତରେ ଧାରଣା ଦେଇଥିଲେ। ଏପରିକି କେତେକ କଏଦୀ ସକାଳ ଜଳଖିଆ ମଧ୍ୟ ଗ୍ରହଣ କରିନଥିଲେ। ଖବର ପାଇ ଜେଲ ବିଭାଗର ବରିଷ୍ଠ ଅଧିକାରୀ ଓ ଲକ୍ଷ୍ମୀସାଗର ଥାନା ପୁଲିସ ଜେଲ୍ ପରିସରରେ ପହଞ୍ଚି ବୁଝାସୁଝା କରିଥିଲେ। କଏଦୀମାନଙ୍କ ଅଭିଯୋଗ ଯେ ଜେଲ୍ ଭିତରେ ଚିକିତ୍ସାରେ ଅବହେଳା କାରଣରୁ ଗତ ୩ବର୍ଷ ମଧ୍ୟରେ ୩ଜଣ କଏଦୀଙ୍କ ମୃତ୍ୟୁ ଘଟିଲାଣି। ଅନେକ କଏଦୀ ବିଭିନ୍ନ ସମୟରେ ଅସୁସ୍ଥ ହୋଇ ପଡ଼ୁଥିଲେ ମଧ୍ୟ ସେମାନଙ୍କୁ ଠିକଣା ଢଙ୍ଗରେ ଚିକିତ୍ସା କରାଯାଉ ନାହିଁ। ଜେଲରେ ଥିବା ହସ୍ପିଟାଲରେ କେହି ଭେଷଜ ଡାକ୍ତର ନାହାନ୍ତି। ଜଣେ ଆଖି ଡାକ୍ତର କଏଦୀମାନଙ୍କ ସମସ୍ତ ଚିକିତ୍ସା କରୁଛନ୍ତି। ଜେଲ୍ ଅଧିକାରୀମାନେ ଏହା ପରେ କଏଦୀମାନଙ୍କୁ କ୍ୟାପିଟାଲ ହସ୍ପିଟାଲ କିମ୍ବା କଟକ ବଡ଼ ଡାକ୍ତରଖାନା ପଠାଉଛନ୍ତି। ପ୍ରକାଶଥାଉକି ଦୁଇ ଦିନ ତଳେ ମୃତ୍ୟୁ ଘଟିଥିବା କଏଦୀ ଗଦାଧର ସାହୁ ଦୁଷ୍କର୍ମ ମାମଲାରେ ଜଟଣୀ ଥାନା ପୁଲିସ ଦ୍ବାରା ଗିରଫ ହୋଇଥିଲେ। ପରେ ସେ କୋର୍ଟ ଦୋ‌ଷୀ ସାବ୍ୟସ୍ତ ହୋଇ ଗତ ୫ବର୍ଷ ହେବ ସେ ଝାରପଡ଼ା ‌େଜଲ୍‌ରେ ବନ୍ଦୀ ଜୀବନ ବିତାଉଥିଲେ।

ଏହା ପୂର୍ବରୁ ମେ’ ୧୨ ତାରିଖରେ ଝାରପଡ଼ା ଜେଲ୍ ପରିସରରେ ଜିତେନ୍ଦ୍ର ବିଶ୍ବାଳ ନାମକ ଜଣେ କଏଦୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୦୧୫ ଡ‌ିସେମ୍ବର ୨ ତାରିଖରେ ବେଣୁଧର ଜେନା ନାମକ ଜଣେ ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ ଘଟିିଥିଲା। ସମସ୍ତ ଘଟଣାରେ ଜେଲ୍ ଭିତରେ କଏଦୀମାନଙ୍କୁ ମାଡ଼ ମରାଯାଇ ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁଲିସ ଅଭିଯୋଗକୁ ଗ୍ରହଣ କରି ସମସ୍ତ ଘଟଣାର ତଦନ୍ତ ଜାରି ରହିଛି। କିନ୍ତୁ ଏବେ ସୁଦ୍ଧା କେଉଁ ପରିସ୍ଥିତିରେ କଏଦୀମାନଙ୍କ ମୃତ୍ୟୁ ଘଟିଛି, ତାହା ସାଧାରଣରେ ସ୍ପଷ୍ଟ ହୋଇନାହିଁ। ଏ ସମ୍ପର୍କରେ ଝାରପଡ଼ା ଜେଲ୍‌ ବିଭାଗର ବରିଷ୍ଠ ଅଧିକାରୀ ରବୀନ୍ଦ୍ର ନାଥ ସ୍ବାଇଁ କହିଛନ୍ତି, କଏଦୀମାନଙ୍କ ଦାବି ସମ୍ପର୍କରେ ଉପରିସ୍ଥ ଅଧିକାରୀଙ୍କ ଅବଗତ କରାଯିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ତେବେ ଜେଲ୍ ଭିତରେ କଏଦୀଙ୍କୁ ମାଡ଼ ମରାଯାଉଥିବା ଅଭିଯୋଗ ସଂପୂର୍ଣ୍ଣ ମିଛ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe