ଓଡ଼ିଶାରେ ଏନ୍‌ପିଆର କାର୍ଯ୍ୟକାରୀ ନ କରିବା ଦାବିରେ ଗଣଧାରଣା

Advertisment
ଓଡ଼ିଶାରେ ଏନ୍‌ପିଆର କାର୍ଯ୍ୟକାରୀ ନ କରିବା ଦାବିରେ ଗଣଧାରଣା

ଭୁବନେଶ୍ବର: ଓଡ଼ିଶାରେ ନାଗରିକ ସଂଶୋଧନ ଆଇନ-୨୦୧୯, ଜାତୀୟ ଜନସଂଖ୍ୟା ପଞ୍ଜିକା ବା ଏନପିଆର୍ କାର୍ଯ୍ୟକାରୀ ନ କରିବା ଦାବିରେ ଆଜି ‘ଆମେ ଭାରତବାସୀ’ ପକ୍ଷରୁ ମହାତ୍ମାଗାନ୍ଧୀ ମାର୍ଗରେ ଗଣଧାରଣା ଦିଆଯାଇଛି। ସଂଗଠନ ପକ୍ଷରୁ କୁହାଯାଇଛି, ଏନପିଆର୍ ହେଉଛି ଏନ୍‌ଆରସି ଲାଗୁ କରିବା ପାଇଁ ପ୍ରାଥମିକ ପଦକ୍ଷେପ। ଏହି ପ୍ରକ୍ରିୟା ଏକ ଗରିବ ରାଜ୍ୟରେ ଆର୍ଥିକ ବୋଝ ସାଙ୍ଗକୁ ସାମାଜିକ ବିଘଟନ ସୃଷ୍ଟି କରିବ। ଲୋକଙ୍କ ପାଖରେ ଭୋଟର କାର୍ଡ, ଆଧାର କାର୍ଡ, ଜମି କାଗଜପତ୍ରଠାରୁ ଆରମ୍ଭ କରି ବହୁ ପରିଚୟପତ୍ର ରହିଛି। ତେଣୁ ଏନପିଆର୍ କାର୍ଯ୍ୟକାରିତା କରିବା ଆଉ ଆବଶ୍ୟକ ନାହିଁ। ଅନ୍ୟ ବିଜେପି ଅଣଶାସିତ ରାଜ୍ୟ ଭଳି ଓଡ଼ିଶାରେ ଏନ୍‌ପିଆର କାର୍ଯ୍ୟକାରୀ ନ କରିବା ପାଇଁ ବିଧାନସଭାରେ ବିଲ୍ ପାରିତ କରାଯାଉ। ଏନେଇ ଆଜିଠାରୁ ମାର୍ଚ୍ଚ ୨୨ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ଦସ୍ତଖତ ଅଭିଯାନ ଚାଲିବ। ମାର୍ଚ୍ଚ ୨୩ ସହିଦ୍ ଭଗତ ସିଂ, ଶୁକଦେବ ଓ ରାଜଗୁରୁଙ୍କ ଫାଶୀ ଦିବସରେ ପ୍ରତ୍ୟେକ ଜିଲ୍ଲାରେ ବିକ୍ଷୋଭ ସହ ସତ୍ୟାଗ୍ରହ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯିବ। ଆଜିର ଧାରଣାରେ ପ୍ରଫୁଲ୍ଲ ସାମନ୍ତରା, ସୁରେଶ ପାଣିଗ୍ରାହୀ, ମହେନ୍ଦ୍ର ପରିଡ଼ା, ବିଶ୍ବପ୍ରିୟ କାନୁନଗୋ, ଅମୀୟ ପାଣ୍ଡବ, ଲେନିନ କୁମାର, ମହମ୍ମଦ ଜିଆଉଦ୍ଦିନ୍ ଅହମ୍ମଦ, ଅବଦୁଲ କଲାମ୍ ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତା ୨୪ ତାରିଖ‌ରେ ଏ ସଂକ୍ରାନ୍ତୀୟ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe