ପଦୋନ୍ନତି ଦାବିରେ ରାଜ୍ୟ ଉଚ୍ଚ ଶିକ୍ଷିତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଧାରଣା

Advertisment
ପଦୋନ୍ନତି ଦାବିରେ ରାଜ୍ୟ ଉଚ୍ଚ ଶିକ୍ଷିତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘର ଧାରଣା

ଭୁବନେଶ୍ୱର: ଉଚ୍ଚ ଶିକ୍ଷିତ ୪ର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ତୃତୀୟ ଶ୍ରେଣୀ କିରାଣୀ ପଦବୀରେ ପଦୋନ୍ନତି ଦେବା ଦାବିରେ ଆଜି ରାଜ୍ୟ ଉଚ୍ଚ ଶିକ୍ଷିତ ଚତୁର୍ଥ ଶ୍ରେଣୀ କର୍ମଚାରୀ ସଂଘ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି। ସଂଘ ଶତାଧିକ କର୍ମୀମାନେ ଲୋୟର ପିଏମ୍‌ଜି ଠାରେ ବିରୋଧ ପ୍ରଦର୍ଶନ କରିବା ସହ ଧାରଣାରେ ବସିରହିଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ, ୨୦୦୭ ମସିହା ପୁର୍ବରୁ ଓ ପରବର୍ତ୍ତି ଅବସ୍ଥାର ପୁନଃ ଥଇଥାନ ଯୋଜନାରେ ବହୁ ଉଚ୍ଚ ଶିକ୍ଷିତ ଯୋଗ୍ୟତାଧାରି ପ୍ରାର୍ଥୀମାନଙ୍କୁ କିରାଣୀ ପଦବୀର ଅଭାବ ଦେଖାଇ ଏକ ଅମାନବୀୟ ଢଙ୍ଗରେ ଚତୁର୍ଥ ଶ୍ରେଣୀ ପଦବିରେ ନିଯୁକ୍ତି ଦିଆଯାଇଛି। ଆଗାମୀ ଦିନରେ ଏହି ବିଷୟରେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରି ଏହାର ସୁବିଚାର ସଦୃଶ ସଂପୃକ୍ତ ବିଭାଗ ବା ଅନ୍ୟ କୌଣସି ବିଭାଗରେ ଖେଲିଥିବା କନିଷ୍ଠ କିରାଣୀ ପଦବୀରେ ପଦୋନ୍ନତି ଦେବାର ସୁବ୍ୟସ୍ଥା ଗ୍ରହଣ କରିବା ପାଇଁ ସଂଗଠନ ତରଫରୁ ଅ ନୁରୋଧ କରାଯାଇଛି। ଦାବି ପୁରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe