ସ୍କୁଲ ଫି’କୁ ବିରୋଧ କରିବାରୁ ଅଭିଭାବକ ସଂଘ ସଦସ୍ୟଙ୍କୁ ହତ୍ୟା ଧମକ ଅଭିଯୋଗ

Advertisment
୧୫ ପ୍ରତିଶତ ଫି’ ଛାଡ଼ ପାଇଁ ନୂଆ ନିର୍ଦ୍ଦେଶାନାମା ଅଣାଯାଉ: ଅଭିଭାବକ ମହାସଂଘ

New Indian Express

ଭୁବନେଶ୍ବର: ବିଜେବି ନଗରସ୍ଥିତ ବିଜେଇଏମ୍ ସ୍କୁଲ ଫି’ ବୃଦ୍ଧିକୁ ବିରୋଧ କରିବା ସହ ପୁନର୍ବିଚାର ପାଇଁ ଦାବି କରିବାରୁ ହତ୍ୟା ଧମକ ମିଳିଥିବା ଅଭିଯୋଗ ହୋଇଛି। ସ୍କୁଲ ପରିଚାଳକ ପ୍ରତାପ ଜେନା ଗୁଣ୍ଡା ଲଗାଇ ଧମକ ଦେଉଥିବା ସମ୍ପର୍କରେ ବଡ଼ଗଡ଼ ଥାନାରେ ଅଭିଭାବକ ମହାସଂଘ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି। ଅଭିଯୋଗରେ ଦର୍ଶାଯାଇଛି, କରୋନା ସମୟରେ ସ୍କୁଲ ଫି’ ରିହାତି ଉପରେ ନ୍ୟାୟାଳୟ ଓ ସରକାରଙ୍କ ନିର୍ଦ୍ଦେଶନାମା ରହିଛି। ୧୫ ପ୍ରତିଶତ ରିହାତି ପାଇଁ ସରକାର ନିର୍ଦ୍ଦେଶନାମା ଆଣିଛନ୍ତି।

କିନ୍ତୁ ବିଜେଇଏମ୍ ସ୍କୁଲ ଫି’ ବୃଦ୍ଧି ସହ ତିନିମାସର ଫି’ ଦାବି କରୁଛି। ତିନି ମାସର ଫି’ ନ ଦେଲେ ଆଉ ଗୋଟିଏ ମାସର ଫି’ ଅଧିକ ଦେବାକୁ ପଡ଼ିବ ବୋଲି କୁହାଯାଉଥିବା ଅଭିଯୋଗରେ ଦର୍ଶାଯାଇଛି। ଅନ୍ୟପକ୍ଷରେ ସ୍କୁଲ ପରିଚାଳକ ପ୍ରତାପ ଜେନା ପ୍ରତିକ୍ରିୟାରେ କହିଛନ୍ତି, ମୋର ବ୍ୟକ୍ତିଗତ ଭାବେ କାହା ସହ ବିବାଦ କିମ୍ବା ଶତ୍ରୁତା ନାହିଁ। ସ୍କୁଲ ଚଳାଇବା ଓ ପିଲାଙ୍କ ଭବିଷ୍ୟତ ଗଢ଼ିବା ଏକମାତ୍ର ଲକ୍ଷ୍ୟ ରହିଛି। ସ୍କୁଲ ନିୟମ ଅନୁସାରେ ସ୍କୁଲ ଚାଲୁଛି। ନ୍ୟାୟାଳୟ କିମ୍ବା ସରକାରଙ୍କ ପକ୍ଷରୁ ଯାହା ନିର୍ଦ୍ଦେଶନାମା ଆସିବ ତାହାକୁ ସେହି ଅନୁସାରେ ପାଳନ କରାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe