ଓ୍ଵାର୍ଡ ନଂ ୩୯ର ପୁନର୍ଗଠନ ସଂଶୋଧନ ଦାବିରେ ରାସ୍ତାରୋକ

Advertisment
ଓ୍ଵାର୍ଡ ନଂ ୩୯ର ପୁନର୍ଗଠନ ସଂଶୋଧନ ଦାବିରେ ରାସ୍ତାରୋକ

ଭୁବନେଶ୍ୱର : ନୂଆପଲ୍ଲୀ ଅଧୀନ ଓ୍ଵାର୍ଡ ନଂ-୩୯ର ପୁନର୍ଗଠନ ଓ ଆସନ ସଂରକ୍ଷଣରେ ସଂଶୋଧନ ଦାବି କରି ଆଜି ନୂଆସାହି ମହାବୀର ସାମାଜିକ ସଂଗଠନ ଓ ଯୁବ ସଂଗଠନ ମିଳିତ ଭାବେ ୟୁନିଟ୍‌-୮ କଲ୍ୟାଣ ମଣ୍ଡପ ରାସ୍ତାରୋକ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସଂଘର ସମ୍ପାଦକ ମିଲନ ପାଇକାରୟଙ୍କ ନେତୃତ୍ୱରେ ବହୁ ଯୁବକ ରାସ୍ତାରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ୨ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଯାତାୟାତ ଠପ୍‌ ହୋଇଯାଇଥିଲା। ନୂଆପଲ୍ଲୀ ଥାନା ପୁଲିସ ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରିବାରୁ ସେମାନେ ରାସ୍ତାରୋକରୁ ହଟିଥିଲେ। ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ୱାର୍ଡ ନଂ ୩୯ରେ ଏସ୍‌ସି ସଂପ୍ରଦାୟର ଲୋକ ନଥିଲେ ମଧ୍ୟ ନୀତି ନିୟମକୁ ସମ୍ପୂର୍ଣ୍ଣ ଉଲଘଂନ କରି ଏହାକୁ ସଂରକ୍ଷିତ କରାଯାଇଛି। ୱାର୍ଡ ଜନସାଧାରଣଙ୍କ ମତାମତ ଗ୍ରହଣ କରିବା କଥା। କିନ୍ତୁ ଆଜି ପର୍ଯ୍ୟନ୍ତ ମତାମତ ଗ୍ରହଣ କରାଯାଇ ନାହିଁ। ଯଦି ଏହର ସଂଶୋଧନ ତୁରନ୍ତ କରା ନଯାଏ ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe