ବାଲିପାଟଣା: ବାଲିପାଟଣା ବିଡିଓଙ୍କ ବଦଳି ଦାବି କରି ଆଜି ପୂର୍ବାହ୍ନରେ ମହିଳାମାନେ ପୁନର୍ବାର ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। ବିଡିଓ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରି ମହିଳାମାନେ ବାରମ୍ବାର ଧାରଣା ଦେଉଛନ୍ତି। କିଛି ଦିନ ତଳେ ଶତାଧିକ ମହିଳା ପ୍ରଚଣ୍ଡ ଖରାରେ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ। ଉପଜିଲ୍ଲାପାଳ ପହଞ୍ଚି ମହିଳାଙ୍କୁ ବୁଝାସୁଝା କରିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। କିନ୍ତୁ ଆଜି ପର୍ଯ୍ୟନ୍ତ ସେମାନଙ୍କ ଦାବି ପୂରଣ ହୋଇ ପାରି ନଥିବା ଅଭିଯୋଗ ହୋଇଛି। ଫଳରେ ମହିଳାମାନେ ଆଜି ପୁନର୍ବାର ଧାରଣାରେ ବସିଥିଲେ। ମାସ ମାସ ଧରି ପଞ୍ଚାୟତ ସମିତି ବୈଠକ ବସୁନଥିବାରୁ ବ୍ଲକରେ କୌଣସି ଉନ୍ନୟନମୂଳକ କାର୍ଯ୍ୟ ହୋଇ ପାରୁନଥିବା ଅଭିଯୋଗ ହୋଇଛି। ସେଥିପାଇଁ ମହିଳାମାନେ ବିଡିଓଙ୍କୁ ତୁରନ୍ତ ବଦଳି ଦାବି କରିଛନ୍ତି ଓ ଏଥିପାଇଁ ବାରମ୍ବାର ବ୍ଲକ ଆଗରେ ଧାରଣା ଦେଉଛନ୍ତି। ତୁରନ୍ତ ପ୍ରଶାସନିକ ଉଚ୍ଚ ପଦାଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ସମାସ୍ୟା ସମାଧାନ କରିବାକୁ ବୁଦ୍ଧିଜୀବୀମାନେ ମତବ୍ୟକ୍ତ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us