ବିଏମ୍‌ସି ସମ୍ମୁଖରେ ସଫେଇ କର୍ମଚାରୀଙ୍କ ଧାରଣା

Advertisment
କେଉଁ ସ୍ମାର୍ଟ ସିଟି ହେବ ସବୁଠୁ ଅଧିକ ବାସୋପଯୋଗୀ, ଭୁବନେଶ୍ବରକୁ ଆଗରେ ରଖିବାକୁ ବିଏମ୍‌ସିର ଆହ୍ବାନ

ପୁରୁଣା ଭୁବନେଶ୍ବର: କାମରୁ ଛଟେଇ ହୋଇଥିବା ସଫେଇ କର୍ମଚାରୀଙ୍କୁ ପୁନଃନିଯୁକ୍ତି ଦାବିରେ ବିଏମ୍‌ସି କାର୍ଯ୍ୟାଳୟ ଆଗରେ ଆଜି ଶତାଧିକ ସଫେଇ କର୍ମଚାରୀ ଧାରଣା ଦେଇଥିଲେ। ତେବେ ବିଏମ୍‌ସି ମୁଖ୍ୟ ଫାଟକ ଆଗରେ ସେମାନେ ବସି ରହିବାରୁ ବିଏମ୍‌ସି କର୍ମଚାରୀଙ୍କ ଯାତାୟାତରେ ସମସ୍ୟା ସୃଷ୍ଟି ହୋଇଥିଲା। ଫଳରେ ସେଠାରେ କିଛି ସମୟ ‌‌ପାଇଁ ଉତ୍ତେଜନା ଦେଖା ଦେଇଥିଲା। ମିଳିଥିବା ସୂଚନା ମୁତାବକ, ରାଜଧାନୀର କିଛି ସ୍ଥାନରେ ଯାନ୍ତ୍ରିକ ସଫେଇ ଆରମ୍ଭ ହେବାକୁ ଯାଉଛି। ସେହି ଅଞ୍ଚଳରେ ସଫେଇ କରୁଥିବା କର୍ମଚାରୀଙ୍କୁ ସଫେଇ ପାଇଁ ବାରଣ କରାଯାଇଛି। ଫଳରେ ଦୁଇ ଶହ ସଫେଇ କର୍ମଚାରୀଙ୍କୁ ସଫେଇ ସଂସ୍ଥ‌ା ପକ୍ଷରୁ ଛଟେଇ କରାଯାଇଛି। ତେବେ କର୍ମଚାରୀମାନେ ଏହି ଛଟେଇ ବଦଳରେ ପୂର୍ଣ୍ଣ ନିଯୁକ୍ତି ଦାବି କରି ଆଜି ଧାରଣା ଦେଇଥିଲେ। ଆଜି ଶତାଧିକ ସଫେଇ କର୍ମଚାରୀ ପୂର୍ବାହ୍ଣ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବିଏମ୍‌ସି ଫାଟକ ଆଗରେ ବସି ରହିଥିଲେ। ସେମାନଙ୍କ ତରଫରୁ ୫ଜଣ ପ୍ରତିନିଧି ମେୟର ଅନନ୍ତ ନାରାୟଣ ଜେନାଙ୍କ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନଥିଲା। ଆସନ୍ତା ଦୁଇ ଦିନ ମଧ୍ୟରେ ପୁଣି ସେମାନେ ମେୟରଙ୍କ ସହ ଆଲୋଚନା କରିବେ ବୋଲି ଜଣାପଡ଼ିଛି। ସଫେଇ ସଂସ୍ଥା ଜାଗୃତି ଓ ପିଏମ୍‌ଆର୍‌ର ପ୍ରତିନିଧି କୁହନ୍ତି ବିଏମ୍‌ସି ଅଚାନକ ଏତେ ସଂଖ୍ୟକ କର୍ମଚାରୀଙ୍କୁ ଛଟେଇ କରିଥିବାରୁ ଅନ୍ୟ କେଉଁଠି ନିଯୁକ୍ତ କରିବା ସମ୍ଭବପର ନୁହେଁ। ଏଣୁ ବିଏମ୍‌ସି ଏହାର ବିକଳ୍ପ ବ୍ୟବସ୍ଥା ଗ୍ରହଣ କରୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe