ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ

ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ବର: ରାଜ୍ୟ ସୀମା, ଭାଷା, ଜଳସମ୍ପଦ ଓ ଖଣିଜ ସମ୍ପଦ ସୁରକ୍ଷାରେ ରାଜ୍ୟ ସରକାରଙ୍କ ବିଫଳତା ବିରୋଧରେ ଆଜି ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଅନୁଷ୍ଠାନର ସଧାରଣ ସଂପାଦକ ରାଧାନାଥ ପ୍ରହରାଜଙ୍କ ନେତୃତ୍ବରେ ଏହି ବିକ୍ଷୋଭ ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ପଡ଼ୋଶୀ ରାଜ୍ୟମାନଙ୍କ ଦ୍ବାରା ଆମ ରାଜ୍ୟର ସୀମା ଅସୁରକ୍ଷିତ ବୋଲି ଅଭିଯୋଗ କରାଯାଇଥିଲା। ମହାନଦୀ ଜଳ ବିବାଦ ସମାଧାନ ହୋଇନଥିବା ବେଳେ ବରଗଡ଼ ଜିଲ୍ଲା ଛର୍‌ଡାପାଲ୍ଲି ପଞ୍ଚାୟତକୁ ଛତିଶଗଡ଼ ଦଖଲ କରିବାକୁ ଉଦ୍ୟମ କରୁଥିବା ନେଇ ଚିନ୍ତା ପ୍ରକାଶ ପାଇଥିଲା।

ସେହିଭଳି ସବୁ ରାଜ୍ୟ ନିଜ ମାତୃଭାଷାରେ ସରକାରୀ କାର୍ଯ୍ୟ କରୁଥିବା ବେଳେ ଓଡ଼ିଆ ଭାଷାଭିତ୍ତିରେ ଗଠିତ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖାଯାଉଛି ବୋଲି ବକ୍ତାମାନେ କହିଥିଲେ। ସୀମା ଓ ଭାଷା ସୁରକ୍ଷା ଦିଗରେ ହେଉଥିବା ଅବହେଳା ପାଇଁ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗର କେତେକ ଅସାଧୁ କର୍ମଚାରୀ ଦାୟୀ ବୋଲି ସଂଗିନ୍ ଅଭିଯୋଗ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe