ଏଫ୍‌ସିଆଇର କ୍ଷମତା ସଙ୍କୁଚିତ କରାଯାଉଥିବା ଅଭିଯୋଗ: ୧୦ ଦଫା ଦାବି ନେଇ ଆନ୍ଦୋଳନ

Advertisment
ଏଫ୍‌ସିଆଇର କ୍ଷମତା ସଙ୍କୁଚିତ କରାଯାଉଥିବା ଅଭିଯୋଗ: ୧୦ ଦଫା ଦାବି ନେଇ ଆନ୍ଦୋଳନ

ଭୁବନେଶ୍ବର : ଏଫ୍‌ସିଆଇର କ୍ଷମତାକୁ ସଙ୍କୁଚିତ କରୁଛନ୍ତି କେନ୍ଦ୍ର ସରକାର। ଏହାର ପ୍ରତିବାଦରେ ଏଫ୍‌ସିଆଇ କାର୍ଯ୍ୟନିର୍ବାହୀ ରାଜ୍ୟ ସଂଘ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କେନ୍ଦ୍ର ସରକାରଙ୍କ ଖାଦ୍ୟ ସଚିବଙ୍କୁ ଏନେଇ ଦାବିପତ୍ର ଦିଆଯାଇଛି।

ଦିଆଯାଇଥିବା ଦାବିପତ୍ରରେ କୁହାଯାଇଛି ପୂର୍ବରୁ କର୍ମଚାରୀ ସଙ୍କଟ ଦେଇ ଗତିକରୁଥିବା ଏଫ୍‌ସିଆଇର କର୍ମଚାରୀଙ୍କ ସଂଖ୍ୟା ଆହୁରି ହ୍ରାସ କରାଯାଉଛି। ତିନୋଟି କ୍ୟାଡରକୁ ମିଶାଇ ଗୋଟିଏ କରାଯାଇଛି। ଏହାଛଡ଼ା ସଂରକ୍ଷଣ ଏବଂ ପରିବହନ କ୍ଷତିକୁ ନେଇ ପ୍ରସ୍ତୁତ ଟାର୍ଗେଟକୁ ବିରୋଧ କରାଯାଇଛି। ଅର୍ଥାତ ଧାନ ଏବଂ ଗହମକୁ ଗୋଦାମରେ ସଂରକ୍ଷଣ କିମ୍ବା ପରିବହନ ବେଳେ କିଛି ଖାଦ୍ୟ ଦ୍ରବ୍ୟ ନଷ୍ଟ ହୋଇଥାଏ। ନିର୍ଦିଷ୍ଟ ସମୟ ସୀମା ପରେ ହେଉଥିବା କ୍ଷତି ପାଇଁ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଅନ୍ୟାୟ। ଚାଉଳର ଆର୍ଦ୍ରତା ନେଇ ଲକ୍ଷ୍ୟ ଧାର୍ଯ୍ୟ ନହେଲେ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉଛି। ୨୦୨୧ ମସିହା ମାର୍ଚ୍ଚ ୩ ତାରିଖରେ କାର୍ଯ୍ୟକାରୀ ବଦଳି ନୀତିକୁ କିଛିଟା ପରିବର୍ତ୍ତନ କରି କାର୍ଯ୍ୟକାରୀ କରିବା ପାଇଁ ଦାବିପତ୍ରରେ ଉଲ୍ଲେଖ କରାଯାଇଛି। ଅଭିନବ କଶ୍ୟପ ଏବଂ ଏସଏସ ଛତାଙ୍କ ନେତୃତ୍ବରେ ଏହି ପ୍ରତିବାଦ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe