ଡାକ୍ତରଙ୍କ ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ: ଶବ ରଖି ନର୍ସିଂହୋମ୍ ସମ୍ମୁଖରେ ଧାରଣା

Advertisment
ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ: ପକେଟରେ ଥିବା ୪ ଲକ୍ଷ ଟଙ୍କା ଗଲା କୁଆଡ଼େ?

stock.adobe.com

ଭୁବନେଶ୍ୱର : ଚିକିତ୍ସାଧୀନ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ଦିନ ଗଙ୍ଗନଗରସ୍ଥିତ ଏକ ଘରୋଇ ନର୍ସିଂହୋମ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତକ ହେଲେ ଖୋର୍ଦ୍ଧା ସାନନାଇରି ଗାଁର ଶିବରାମ ସାହୁ(୩୨)। ଡାକ୍ତରଙ୍କ ଅବହେଳାରୁ ଶିବଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ତାଙ୍କ ସମ୍ପର୍କୀୟମ‌ାନେ ନର୍ସିଂହୋମ୍‌ ସମ୍ମୁଖରେ ମୃତଦେହ ରଖି ଧାରଣା ଦେଇଥିଲେ। ଖବର ପାଇ ଏୟାର୍‌ପୋର୍ଟ ଥାନା ପୁଲିସ ସେଠାରେ ପହଞ୍ଚି ଧାରଣାରତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ନର୍ସିଂହୋମ୍ ପକ୍ଷରୁ ଆର୍ଥିକ ସହାୟତା ବାବଦରେ କିଛି କ୍ଷତିପୂରଣ ଦିଆଯିବା ପରେ ସେମାନେ ଧାରଣାରୁ ହଟିଥିଲେ।

ପରିବାର ଲୋକଙ୍କ କହିବା କଥା ୧୧ ତାରିଖ ଦିନ ଶିବଙ୍କର ଆପେଣ୍ଡିସାଇଟିସ୍‌ ଅପରେସନ ହୋଇଥିଲା। ସେଦିନ ରାତିରେ ତାଙ୍କ ଅବସ୍ଥା ହଠାତ୍ ଖରାପ ହେଲା। କିନ୍ତୁ ରାତିରେ ଡାକ୍ତର ନଥିଲେ ଓ ଜଣେ ନର୍ସ ତାଙ୍କୁ ଏକ ଇଞ୍ଜେକସନ ଦେଇଥିଲେ। ଏହା ପରେ ଶିବ ହଠାତ୍ ନିସ୍ତେଜ୍ ହୋଇଯାଇଥିଲେ। ତୁରନ୍ତ ତାଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଇଞ୍ଜେକସନ୍ ଯୋଗୁଁ ଶିବଙ୍କ ମୃତ୍ୟୁ ହେଲା ବୋଲି ପରିବାର ଲୋକେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe