ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି କର୍ମଚାରୀ ସଂଘର ବିକ୍ଷୋଭ

Advertisment
ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି କର୍ମଚାରୀ ସଂଘର ବିକ୍ଷୋଭ

ଭୁବନେଶ୍ୱର: କର୍ମଚାରୀମାନଙ୍କୁ ଆର୍‌ଏସ୍‌ପି ଓ ତୁରନ୍ତ ପଦନ୍ନୋତି ଭଳି ୭ଦଫା ଦାବି ନେଇ ଓଡ଼ିଶା ରାଜ୍ୟ ହସ୍ତତନ୍ତ ବୁଣାକାର ସମବାୟ ସମିତି କର୍ମଚାରୀ ସଂଘ ଆଜି ବିକ୍ଷୋଭ ପ୍ରଦର୍ଶନ କରିଛି। ସପ୍ତମ ବେତନ କମିସନ୍‌ ଅନୁଯାୟୀ ୨୦୧୬ ମସିହାରୁ ଦରମା ପ୍ରଦାନ, ବକେୟା ମହଙ୍ଗା ଭତ୍ତା ପ୍ରଦାନ, ଚିକିତ୍ସା ଭତ୍ତା ୫ ଶହ ଟଙ୍କାରୁ ୧୫ଶହକୁ ବୃଦ୍ଧି, ସଂଘ ସଭାପତିଙ୍କ ପ୍ରତି ହୋଇଥିବା ଅନ୍ୟାୟ କାର୍ଯ୍ୟାନୁଷ୍ଠାନର ପ୍ରତ୍ୟାହାର, କର୍ମଚାରୀଙ୍କୁ ପୋତ୍ସାହନ ଭତ୍ତା ପରିବର୍ତ୍ତେ ଶ୍ରମ ଆଇନ ଅନୁଯାୟୀ ଭତ୍ତା ପ୍ରଦାନ ଓ ସରକାରୀ ନିୟମାନୁସାରେ ବୟନିକାରେ ଥଇଥାନ ଯୋଜନା ତୁରନ୍ତ ଲାଗୁ କରାଯିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଦାବି ତୁରନ୍ତ ପୂରଣ କରାନଗଲେ ଭବିଷ୍ୟତରେ ବିକ୍ଷୋଭ ବ୍ୟାପକ ହେବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe