ମନ୍ତ୍ରୀଙ୍କ ବାସଭବନ ଘେରିଲା ଏକାମ୍ର ଜନ ଜାଗରଣ ମଞ୍ଚ

ମନ୍ତ୍ରୀଙ୍କ ବାସଭବନ ଘେରିଲା ଏକାମ୍ର ଜନ ଜାଗରଣ ମଞ୍ଚ

ପୁରୁଣା ଭୁବନେଶ୍ୱର : ବିଏମ୍‌ସି ଡାକ୍ତରଖାନାର ସମସ୍ୟା ସମାଧାନ ପାଇଁ କର୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏଯାବତ୍‌ ଏହାର ସମାଧାନ ହୋଇପାରି ନାହିଁ। ଏହାର ପ୍ରତିବାଦରେ ଆଜି ଏକାମ୍ର ଜନଜାଗରଣ ମଞ୍ଚ ପକ୍ଷରୁ ସ୍ଥାନୀୟ ବିଧାୟକ ତଥା ସଂସ୍କୃତି ମନ୍ତ୍ରୀଙ୍କ ବାସଭବନ ଘେରାଉ କରାଯାଇଥିଲା।

ମିଳିଥିବା ସୂଚନା ଅନୁଯାୟୀ, ସ୍ଥାନୀୟ ବିଏମ୍‌ସି ଡାକ୍ତରଖାନାର ସମସ୍ୟା ସମାଧାନ ଦାବିରେ ହସ୍ପିଟାଲ ନିକଟରେ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଅହୋରାତ୍ର ଅନିର୍ଦ୍ଦିଷ୍ଟ ଧାରଣା ଚାଲୁ ରହିବା ସହ ଆଜି ମଞ୍ଚର ସଦସ୍ୟ ମେୟର୍‌ ଓ କମିସନର୍‌ଙ୍କୁ ଭେଟିଛନ୍ତି। ସମସ୍ୟାର ସମାଧାନ ନହେବା ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଚେତାବନୀ ଦେଇଛନ୍ତି। ମଞ୍ଚର କର୍ମକର୍ତାମାନେ ଆଜି ସ୍ଥାନୀୟ ବିଧାୟକ ତଥା ସଂସ୍କୃତି ମନ୍ତ୍ରୀଙ୍କୁ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଭେଟିବାକୁ ଯାଇଥିଲେ। ତେବେ ମନ୍ତ୍ରୀଙ୍କ  ସାକ୍ଷାତ ନ ପାଇବାରୁ  ଶ୍ରୀ ପଣ୍ଡାଙ୍କ ଘର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସଭାପତି ଭୀଷ୍ମ ନାରୟଣ ନାୟକଙ୍କ ନେତୃତ୍ଵରେ ଚନ୍ଦ୍ରଶେଖର ପାଲ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ, ମହମ୍ମଦ ମୁଜାହିର, ଗୁଲସନ ଶତପଥୀ, ଜଗତ ଚନ୍ଦ୍ର ଦାସ, ସଂଗ୍ରାମ ସାହୁ, ବିକ୍ରମ ମହାପାତ୍ର, ଲିଙ୍ଗରାଜ ହାତୀ, ରୋଜିନା ମିଶ୍ର, ସଞ୍ଜୁଲତା ପଟ୍ଟନାୟକ, ସୁଲତା ସାହାଣୀ, ସ୍ୱପ୍ନାରାଣୀ ସାମଲ, ରୋହିତ ରେଡ୍ଡି ପ୍ରମୁଖ ଏଥିରେ ସାମିଲ ହୋଇଥିଲେ। ଏ ସଂପର୍କରେ ମନ୍ତ୍ରୀ ଶ୍ରୀ ପଣ୍ଡାଙ୍କ ପତିକ୍ରିୟା ମିଳି ପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe