ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଓ କୃଷି ଆଇନ ବିରୋଧରେ ପ୍ରତିବାଦ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କଳା ପତାକା ଦେଖାଇଲା ଯୁବ କଂଗ୍ରେସ

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଓ କୃଷି ଆଇନ ବିରୋଧରେ ପ୍ରତିବାଦ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ କଳା ପତାକା ଦେଖାଇଲା ଯୁବ କଂଗ୍ରେସ

ଭୁବନେଶ୍ବର: ପେଟ୍ରୋଲ ଓ ଡିଜେଲର ଅହେତୁକ ଦର ବୃଦ୍ଧି ଏବଂ କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଛି। ଭୁବନେଶ୍ବରସ୍ଥିତ କେୟାର ହସ୍ପିଟାଲ ଛକ ମୁଖ୍ୟ ରାସ୍ତାରେ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ସମେତ ଅନ୍ୟ ଯୁବ କଂଗ୍ରେସ କର୍ମୀମାନେ କେନ୍ଦ୍ରମନ୍ତ୍ରୀଙ୍କ ଗାାଡ଼ି ଆଗରେ କଳାପତାକା ଉଡ଼ାଇ କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରିଛନ୍ତି। ଶ୍ରୀ ଲେଙ୍କା କହିଛନ୍ତି, ଆନ୍ତର୍ଜାତିକ ବଜାରରେ ତୈଳଦର ବ୍ୟାରେଲ୍‌ ପିଛା ୫୦ ଡଲାରରୁ କମ୍‌ ଥିବାବେଳେ ସରକାର ପେଟ୍ରୋଲ, ଡିଜେଲ ଦର ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ଭାବେ ବିଫଳ ହୋଇଛନ୍ତି।

ତୈଳ ଦର କ୍ରମାଗତ ଭାବେ ବୃଦ୍ଧି ପାଇ ୯୦ ଟଙ୍କାରେ ପହଞ୍ଚିଲାଣି। ଗୋଟିଏ ପଟେ ଦେଶର ଜନତା କରୋନା ମହାମାରୀ ସହିତ ଲଢ଼େଇ ଜାରି ରଖିଛନ୍ତି। ଲୋକମାନଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ଅନ୍ୟପଟେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରୀ ଶ୍ରୀ ପ୍ରଧାନ ଲୋକଙ୍କୁ ଭୁଆଁ ବୁଲାଇବାରେ ଲାଗିଛନ୍ତି। ଯଦି ଆଗାମୀ ଦିନରେ କଳା କୃଷି ଆଇନ ପ୍ରତ୍ୟାହାର ନ ହୁଏ ଏବଂ ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣ କରାନଯାଏ, ତାହେଲେ ସମଗ୍ର ରାଜ୍ୟରେ କେନ୍ଦ୍ରମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରି ଜୋରଦାର ବିରୋଧ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଏହି ପ୍ରତିବାଦ କାର୍ଯ୍ୟକ୍ରମରେ ପ୍ରଦେଶ ଯୁବ କଂଗ୍ରେସ ଉପସଭାପତି ମହମ୍ମଦ ଅଲ୍ଲୀମ୍‌, ମୁଖପାତ୍ର ନଳିନୀକାନ୍ତ ନାୟକ, ଆର୍ଯ୍ୟବିହାର ଲେଙ୍କା, ଜ୍ଞାନରଞ୍ଜନ ରାଉତ, ଆଦିତ୍ୟ ପରିଡ଼ା, ଆଶୁତୋଷ ଲେଙ୍କା, ରିତୁଲ ମହାରଣା ପ୍ରମୁଖ ସାମିଲ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe