ଭୁବନେଶ୍ବର: ଗାନ୍ଧୀ ଜୟନ୍ତୀ ଅବସରରେ ବିଜେଡିର ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀ ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ନେତୃତ୍ବରେ ଲକ୍ଷ୍ମୀସାଗର ମେଳନ ପଡ଼ିଆରୁ ବାହାରିଥିବା ଏହି ପଦଯାତ୍ରାରେ କର୍ପୋରେଟର ଭରତ ଲେଙ୍କା, ପୁଷ୍ପାଞ୍ଜଳି ସେଠୀ, ରଞ୍ଜୁଲତା ରାୟ, ଅଲିଅଳି ମଲ୍ଲିକ, ଆସିଆ ବେଗମ୍, କବିତା ସ୍ବାଇଁ, ବିଜୁ ଯୁବ ଜନତା ଦଳର ରାଜ୍ୟ ଉପସଭାପତି ଦିଲ୍ଲୀପ ସେନାପତି, ମଧ୍ୟ ନିର୍ବାଚନ ମଣ୍ଡଳୀର ଛାତ୍ର ସଭାପତି ଶକ୍ତି ପ୍ରକାଶ ପତି, କ୍ରିକେଟ ପ୍ରଶିକ୍ଷକ କ୍ଷୀରୋଦ ବେହେରା, ସମାଜସେବୀ ଅଜୟ ଲେଙ୍କା, ଦୀପକ ପରିଡ଼ାଙ୍କ ସମେତ ଶତାଧିକ ସ୍ଥାନୀୟ ଲୋକ ସାମିଲ୍ ହୋଇଥିଲେ।
ପଦଯାତ୍ରା ଲକ୍ଷ୍ମୀସାଗର ଉପରସାହି ତ୍ରିନାଥ ମନ୍ଦିରରୁ ତଳସାହି ତ୍ରିନାଥ ମନ୍ଦିର ହୋଇ କମ୍ୟୁନିଟି ସେଣ୍ଟର ପର୍ଯ୍ୟନ୍ତ ଯାଇଥିଲା। ଏହି ଅବସରରେ ବିଧାୟକ ଶ୍ରୀ ଜେନା ସ୍ଥାନୀୟ କମ୍ୟୁନିଟି ହଲ୍ ଠାରେ ଆୟୋଜିତ ସଭାରେ ଲକ୍ଷ୍ମୀସାଗର ଗେଟ୍ର ନକ୍ସାକୁ ଲୋକାର୍ପିତ କରିଥିଲେ।
Follow Us