ପୂଜା ଚାନ୍ଦା ପାଇଁ ଆକ୍ରମଣ ଧମକ

Advertisment
ପୂଜା ଚାନ୍ଦା ପାଇଁ ଆକ୍ରମଣ ଧମକ

ଭୁବନେଶ୍ବର : ମଞ୍ଚେଶ୍ବର ଥାନା ଅଧୀନ ଗାଡ଼କଣ ଭୋଇସାହି ମହିମାନଗର ବାସିନ୍ଦାଙ୍କୁ ପୂଜା ଚାନ୍ଦା ପାଇଁ ଆକ୍ରମଣ ଧମକ ଦିଆଯାଉଛି। ଏ ନେଇ ସାହି ବାସିନ୍ଦା ଡିସିପିଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ମିଳିଥିବା‌ ସୂଚନା ମୁତାବକ, ଗାଡ଼କଣ ଦୁର୍ଗାପୂଜା ପାଇଁ କେତେଜଣ ଯୁବକ ସାହି ଭିତରେ ପଶି ୫ଶହ ଟଙ୍କା ଚାନ୍ଦା ଆଦାୟ କରୁଛନ୍ତି। ବସ୍ତିବାସିନ୍ଦା ୫ଶହ ଟଙ୍କା ଦେବାକୁ ଅସମର୍ଥ ‌େବାଲି କହିବାରୁ ସେହି ଯୁବକମାନେ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହିତ ଆକ୍ରମଣର ଧମକ ଦେଉଛନ୍ତି। ଏ ନେଇ ସାହି ବାସିନ୍ଦା ପ୍ରଥମେ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଅଭି‌େଯାଗକୁ ଗ୍ରହଣ କରି ନ ଥିଲା। ଶେଷରେ ବାଧ୍ୟ ହୋଇ ସେମାନେ ଡିସିପିଙ୍କୁ ଭେଟି ଗୁହାରି କରିଛନ୍ତି। ଡିସିପି ମଧ୍ୟ ଦୃଢ଼ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁୂତି ଦେଇଛନ୍ତି। ଗୋଟିଏ ପଟେ ପୁଲିସ କମିସନର୍‌ ଜବରଦସ୍ତ ପୂଜା ଚାନ୍ଦା ଆଦାୟ କରୁ୍‌ଥିବା ଅନୁଷ୍ଠାନ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିଦେର୍ଶ ଦେଇଥିବାବେଳେ ଥାନା କର୍ମଚାରୀ ଏହାକୁ ବେଖାତିର କରିବା ଘଟଣାକୁ ସାହି ବାସିନ୍ଦା ସହ୍ୟ କରି ପାରିନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe