ଶିଳାଶ୍ରୀ ପତ୍ରିକାର ପୂଜା‌ ସଂକଳନ ଲୋକାର୍ପିତ

Advertisment
ଶିଳାଶ୍ରୀ ପତ୍ରିକାର ପୂଜା‌ ସଂକଳନ ଲୋକାର୍ପିତ

ଭୁବନେଶ୍ବର: ବୁଦ୍ଧ ମନ୍ଦିର ସଭାଗୃହରେ ଶିଳାଶ୍ରୀ ପତ୍ରିକାର ପୂଜା ‌ସଂକଳନ ଲୋକାର୍ପିତ ହୋଇଛି। କାର୍ଯ୍ୟକ୍ରମରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ସଭାପତିତ୍ବ କରିଥିବାବେଳେ ଅତିଥିଭାବେ ବେଦ ବିଦୂଷୀ ଶନ୍ମୋଦେବୀ, କବି କୃପାସିନ୍ଧୁ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଶିଳାଶ୍ରୀ ପ୍ରକା‌ଶନୀ ପକ୍ଷରୁ ପ୍ରକାଶିତ ସଂଯୁକ୍ତା ସ୍ବାଇଁଙ୍କ ପୁସ୍ତକ ‘ମୋ କବିତା ଓ ଆମ ଢଗଢମାଳି’ ଲୋକାର୍ପିତ ହୋଇଥିଲା।

ଚଳିତବର୍ଷ ଅନୁଷ୍ଠାନ ପକ୍ଷରୁ ମିନତୀ ନାୟକ, ବିଦ୍ୟୁତ୍‌ ପ୍ରଭା ନନ୍ଦ, ବସନ୍ତ ମିଶ୍ର‌, ଜୟନ୍ତୀ ସାହୁ, ଜୟଶ୍ରୀ ଦାସ, ସଂଯୁକ୍ତା ସ୍ବାଇଁ, ସୁଜାତା ନନ୍ଦ, ରେଣୁବାଳା ଦଳାଇ, ଶୁଭଲକ୍ଷ୍ମୀ ସାମନ୍ତରାୟଙ୍କୁ ନବ ମାତୃକା ସମ୍ମାନ- ୨୦୨୨ ଦିଆଯାଇଥିବାବେଳେ ପ୍ରମୋଦ ନନ୍ଦଙ୍କୁ ଶିଳାଶ୍ରୀ ପ୍ରବନ୍ଧ ସମ୍ମାନ, ମନୋଜ କୁମାର ଜେନାଙ୍କୁ ଗଳ୍ପ ସମ୍ମାନ, ପ୍ରେମଚାନ୍ଦ ପ୍ରକାଶ ବେଉରାଙ୍କୁ ଗୀତିକବିତା ସମ୍ମାନ ଓ ମନ୍ଦାକିନୀ ମିଶ୍ରଙ୍କୁ ଦେବୀ ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ନିବେଦିତା ମହାନ୍ତି ସଭା ପରିଚାଳନା କରିଥିବା ବେଳେ ମଞ୍ଜୁଳା ତ୍ରିପାଠୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe