ଝାମ୍ପିନେଲେ ଭ୍ୟାନିଟି, ବାଇକ୍‌ରୁ ପଡ଼ି ମହିଳା ଗୁରୁତର

ଡାକ୍ତରାଣୀଙ୍କ ବେକରୁ ସୁନାଚେନ୍‌ ଲୁଟ୍‌

NewsWire

ଭୁବନେଶ୍ବର: ପାର୍ବଣ ପୂର୍ବରୁ ରାଜଧାନୀରେ ପୁଣି ଆତଙ୍କ ଖେଳାଇଛନ୍ତି ଲୁଟେରା। ୧୬ ନମ୍ବର ଜାତୀୟ ରାଜପଥର ପିତାପଲ୍ଲୀସ୍ଥିତ ଫ୍ଲାଏଓଭର୍‌ରେ ୨ଜଣ ଦୁର୍ବୃତ୍ତ ଜଣେ ମହିଳାଙ୍କ ଭ୍ୟାନିଟି ବ୍ୟାଗ୍ ଲୁଟି ନେଇଛନ୍ତି। ଲୁଟ୍ ସମୟରେ ମହିଳା ଭ୍ୟାନିଟି ବ୍ୟାଗ୍ ନ ଛାଡ଼ିବାରୁ ଲୁଟେରାଦ୍ବୟ ତାଙ୍କୁ ରାସ୍ତାରେ ପ୍ରାୟ ୨୦ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲେ। ଲୁଟ୍‌ର ଶିକାର ମହିଳାଙ୍କ ସ୍ବାମୀ ଜୟକୃଷ୍ଣ ବେହେରା ଏନେଇ ଇନ୍‌ଫୋଭ୍ୟାଲି ଥାନାରେ ଅଭିଯୋଗ କରିଛନ୍ତି।

ଜୟକୃଷ୍ଣଙ୍କ ଅଭିଯୋଗ ଅନୁଯାୟୀ, ସେ ଭୁବନେଶ୍ବରରେ ରୁହନ୍ତି। ଗତକାଲି ସନ୍ଧ୍ୟାରେ ସେ ତାଙ୍କ ପତ୍ନୀ ଓ ୨ ପିଲା ଖୋର୍ଦ୍ଧା ଆଡ଼କୁ ବାଇକ୍‌ରେ ଯାଉଥିବା ବେଳେ ୨ଜଣ ଦୁର୍ବୃତ୍ତ ତାଙ୍କୁ ପିଛା କରିଥିଲେ। ପିତାପଲ୍ଲୀସ୍ଥିତ ଫ୍ଲାଏଓଭର୍‌ରେ ଦୁର୍ବୃତ୍ତଦ୍ବୟ ତାଙ୍କ ପତ୍ନୀଙ୍କ ଭ୍ୟାନିଟି ଝାମ୍ପି ନେଇଥିଲେ। ଏଥିରେ ତାଙ୍କ ପତ୍ନୀ ବାଇକ୍‌ରୁ ଖସି ପଡ଼ିବା ସହ ରାସ୍ତା ଉପରେ କିଛି ବାଟ ଘୁଷୁଡ଼ି ଯାଇଥିଲେ। ଭ୍ୟାନିଟିରେ ୨ଟି ମୋବାଇଲ, ନଗଦ ୮ହଜାର ଟଙ୍କା ଓ ହଳେ କାନଫୁଲ ଥିଲା ବୋଲି ସେ ଏତଲାରେ ଉଲ୍ଲେଖ କରିଛନ୍ତି। ଅଭିଯୋଗକୁ କେନ୍ଦ୍ର କରି ପୁଲିସ ଏକ ମାମଲା ରୁଜୁ କରିଛି। ଅନ୍ୟ ଏକ ଘଟଣାକ୍ରମେ, ଏକ ଘରୋଇ କଲେଜ ଛାତ୍ରଙ୍କୁ ମାଡ଼ ମାରି ଜଣେ ଲୁଟେରା ତାଙ୍କ ମୋବାଇଲ୍ ଛଡ଼ାଇ ନେଇଥିବା ସଂପର୍କରେ ଉକ୍ତ ଥାନାରେ ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe