ଓଡ଼ିଶା ପର୍ଯ୍ୟଟନସ୍ଥଳ ବୁଲିଲେ ପୁଣେର ଟୁର୍‌ ଅପରେଟର୍‌

Advertisment
ଓଡ଼ିଶା ପର୍ଯ୍ୟଟନସ୍ଥଳ ବୁଲିଲେ ପୁଣେର ଟୁର୍‌ ଅପରେଟର୍‌

ଭୁବନେଶ୍ବର: ଓଡ଼ିଶା ପ୍ରକୃତିର ଭୂସ୍ବର୍ଗ। ଏଠାରେ ଥିବା ପର୍ଯ୍ୟଟନ ସ୍ଥଳଗୁଡ଼ିକ ଅନନ୍ୟ। ଏହାକୁ ସ୍ବଚକ୍ଷୁରେ ଉପଭୋଗ କରିବାକୁ ହେଲେ ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ଦେଖିବାର ଆବଶ୍ୟକତା ରହିଛି। ମହାରାଷ୍ଟ୍ର ପୁଣେସ୍ଥିତ ଭାରତୀୟ ପର୍ଯ୍ୟଟନ ବିକାଶ ସହକାରୀ ସଂସ୍ଥାନର କର୍ମକର୍ତ୍ତାମାନେ ଓଡ଼ିଶା ବୁଲି ଦେଖିବା ପରେ ଏଭଳି କହିଛନ୍ତି।

ଓଡ଼ିଶାର ପର୍ଯ୍ୟଟନ ସଂସ୍ଥା ‘ଓମ୍‌ ଲିଜର୍‌ ହଲିଡେଜ୍‌’ ପକ୍ଷରୁ ହୋଟେଲ ୟଙ୍ଗିସ୍ଥାନଠାରେ ଆୟୋଜିତ ଭାବ ବିନିମୟ କାର୍ଯ୍ୟକ୍ରମରେ ପୁଣେର ଟୁର୍‌ ଅପରେଟର୍‌ମାନେ ଯୋଗଦେଇ ଓଡ଼ିଶା ପର୍ଯ୍ୟଟନର ଅନୁଭୂତି ବଖାଣିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ପର୍ଯ୍ୟଟନ ବିଭାଗର ଅବସରପ୍ରାପ୍ତ ଯୁଗ୍ମ ନିର୍ଦ୍ଦେଶକ ଉତ୍ପଳ ପତି, ଆଇଏଟିଓ ଓଡ଼ିଶା ଚାପ୍ଟର ଅଧ୍ୟକ୍ଷ ଗଗନ ଷଡ଼ଙ୍ଗୀ, ଓମ୍‌ ଲିଜ୍‌ର ଗ୍ରୁପ୍‌ର ଅଧ୍ୟକ୍ଷ ଦେବବ୍ରତ ଦାଶ, ବରିଷ୍ଠ ସାମ୍ବାଦିକ ପାର୍ଥ ଚାଟାର୍ଜୀ ପ୍ରମୁଖ ଓଡ଼ିଶା ପର୍ଯ୍ୟଟନ ସମ୍ଭାର ଉ‌ପରେ ମତ ରଖିଥିଲେ। ଏହି ଅବସରରେ ପୁଣେରୁ ଆସିଥିବା ଅତିଥି ପ୍ରଥମେଶ କୁଲକର୍ଣ୍ଣି, ଯଯାତି ଦେଶାଇ, ସନ୍ତୋଷ ମା‌ନେ, ମହେଶ କୁଲ୍‌କର୍ଣ୍ଣି, ନିଖିଲ କୋଠା‌ୱାଡେ, ଗିରୀଶ କୋଠାୱାଡେ ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe