ନାଗାର୍ଜୁନ ବେଶ ପାଇଁ ପୁରୀ ମନା, ଉତ୍ତରା ଛକରେ କମିସନରେଟ୍‌ ପୁଲିସ୍‌ର ନାକାବନ୍ଦୀ

Advertisment
ନାଗାର୍ଜୁନ ବେଶ ପାଇଁ ପୁରୀ ମନା, ଉତ୍ତରା ଛକରେ କମିସନରେଟ୍‌ ପୁଲିସ୍‌ର ନାକାବନ୍ଦୀ

ଭୁବନେଶ୍ବର: କରୋନା ଭୟାବହତାକୁ ଦୃଷ୍ଟିରେ ରଖି ଆସନ୍ତାକାଲି ହେବାକୁ ଥିବା ମହାପ୍ରଭୁ ଜଗନ୍ନାଥଙ୍କ ନାଗାର୍ଜୁନ ବେଶ ଦର୍ଶନରୁ ଭକ୍ତଙ୍କୁ ବାରଣ କରାଯାଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ପରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ଆଜି ସଂଧ୍ୟାଠାରୁ ଉତ୍ତରା ଛକଠାରେ ନାକାବନ୍ଦୀ କରାଯାଇଛି। ତିନିଜଣ ବରିଷ୍ଠ ଅଧିକାରୀଙ୍କ ନେତୃତ୍ବରେ ଗୋଟିଏ ପ୍ଲାଟୁନ୍‌ ଫୋର୍ସ ପୁରୀ ଅଭିମୁ‌ଖେ ଯାଉଥିବା ଗାଡ଼ିଗୁଡ଼ିକୁ କଡ଼ାକଡ଼ି ଯାଞ୍ଚ କରୁଛି। ପୁରୀ ଜିଲ୍ଲାରେ ଘର କିମ୍ବା ଅନ୍ୟାନ୍ୟ କୌଣସି ଜରୁରୀ କାମ ନଥିଲେ, ଯାତ୍ରୀଙ୍କୁ ଫେରାଇ ଦିଆଯାଉଛି। ଏହାସହ ଯେଉଁମାନେ ଉପଯୁକ୍ତ କାରଣ ଦର୍ଶାଇ ପୁରୀ ଯାଉଛନ୍ତି, ପୁଲିସ୍‌ ସେମାନଙ୍କ ଗାଡ଼ି ନମ୍ବର ଟିପି ରଖୁଛି। ସାରା ରାତି ଏହି ପ୍ରକ୍ରିୟା ଜାରି ରହିବ ବୋଲି ପୁଲିସ୍‌ ପକ୍ଷରୁ କୁହାଯାଇଛି।

ସୂଚନାନୁଯାୟୀ, ଦୀର୍ଘବର୍ଷ ବ୍ୟବଧାନରେ ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ହୋଇଥାଏ। ଏହି ବେଶ ଦେଖିବା ପାଇଁ ଭକ୍ତଙ୍କ ମନରେ ବିପୁଳ ଉତ୍ସାହ ଭରି ରହିଥାଏ। ଆସନ୍ତାକାଲି ମହାପ୍ରଭୁଙ୍କ ଏହି ବେଶ ହେବାକୁ ଥିବାରୁ ବହୁ ସଂଖ୍ୟାରେ ଭକ୍ତ ପୁରୀ ଯିବା ପାଇଁ ମନ ବଳାଇଛନ୍ତି। କିନ୍ତୁ ଲୋକ ଏକତ୍ରିତ ହେଲେ କରୋନା ସଂକ୍ରମଣ ବୃଦ୍ଧି ହେବାର ଆଶଙ୍କା ଥିବାରୁ ରାଜ୍ୟ ସରକାର ଭକ୍ତଙ୍କୁ ଦର୍ଶନ ବାରଣ କରିଛନ୍ତି। ଶ୍ରୀମନ୍ଦିର ଚାରିପାଖେ ୧୪୪ ଧାରା ଜାରି ହେବା ସହ ପୁରୀକୁ ପର୍ଯ୍ୟଟକଙ୍କ ପାଇଁ କଟକଣା କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe