ପୁଷ୍ପଲତାଙ୍କ ସହ ସମ୍ପର୍କରେ ଥିଲେ ବି କାହିଁକି ତାଙ୍କୁ ନିର୍ମମ ଭାବେ ହତ୍ୟା କଲା ସଂଜୟ, କେମିତି କରିଥିଲା ଯୋଜନା

Advertisment
ପୁଷ୍ପଲତାଙ୍କ ସହ ସମ୍ପର୍କରେ ଥିଲେ ବି କାହିଁକି ତାଙ୍କୁ ନିର୍ମମ ଭାବେ ହତ୍ୟା କଲା ସଂଜୟ, କେମିତି କରିଥିଲା ଯୋଜନା

ଭୁବନେଶ୍ବର: ପ୍ରେମ, ପ୍ରତିହିଂସା, ପ୍ରତାରଣା ଓ ଶେଷରେ ହତ୍ୟା । ରାଜଧାନୀରେ ମୁଣ୍ଡକାଟି ହତ୍ୟା କରାଯାଇଥିବା ମହିଳା ପୁଷ୍ପଲତାଙ୍କ କାହାଣୀ ଥିଲା କିଛି ଏହିପରି…

ସ୍ୱାମୀଙ୍କ ମୃତ୍ୟୁ ପରେ ସଂଜୟ ଓରଫ ଅଙ୍ଗଦକୁ ଏକ ପ୍ରକାର ଜୀବନସାଥୀ ଭାବେ ଗ୍ରହଣ କରିନେଇଥିଲେ ପୁଷ୍ପଲତା । କିନ୍ତୁ ସଂଜୟ ଯେ ଖେଳ ଖେଳୁଥିଲା, ଏହା ପୁଷ୍ପଲତା ବୁଝିପାରିନଥିଲେ । ପୂର୍ବରୁ ବିବାହିତ ଥିବା ସଂଜୟ, ପୁଷ୍ପଲତାଙ୍କୁ କେବଳ ଏକ ଉପଭୋଗର ସାମଗ୍ରୀ କରିଦେଇଥିଲା । କିନ୍ତୁ ପୁଷ୍ପଲତା, ବିବାହ କରିବାକୁ ଚାହୁଁଥିଲେ । ୫-୬ ବର୍ଷ ସାଙ୍ଗରେ ରହିବା ପରେ ବି ବାହାଘର ପାଇଁ ରାଜି ହେଉନଥିଲା ସଂଜୟ । କିନ୍ତୁ ପୁଷ୍ପଲତା ଏକ ଏଭଳି ଜୀବନ ଚାହୁଁଥିଲେ, ଯାହା ଉପରେ ପରିବାରର ସ୍ୱୀକୃତି ଥିବ ସମାଜର ସ୍ୱୀକୃତି ଥିବ ।

ଏଭଳି ସମୟରେ ପ୍ରୀତିରଂଜନ ପତି ନାମକ ଜଣେ ଯୁବକ, ବାହା ହେବା ପାଇଁ ପ୍ରସ୍ତାବ ଦେଇଥିଲେ । ଯେହେତୁ ପୁଷ୍ପଲତା ଏକ ବୈଧ ସାମାଜିକ ଜୀବନ ଚାହୁଁଥିଲେ, ତେଣୁ ତୁରନ୍ତ ଏଥିରେ ରାଜି ହୋଇଯାଇଥିଲେ । ଭାବିଥିଲେ ପ୍ରୀତିରଂଜନଙ୍କ ସହ ସୁଖର ସଂସାର ଗଢିବେ । ଏପଟେ ସୈତାନ ସଂଜୟ କିନ୍ତୁ କେମିତି ପୁଷ୍ପଲତାଙ୍କୁ ହଇରାଣ କରିବ, ସେନେଇ ପ୍ଲାନ କରୁଥିଲା । ପୁଷ୍ପଲତାଙ୍କ କିଛି ଅଶ୍ଲିଳ ଫଟୋ ସୋସିଆଲ ମିଡିଆରେ ଭାଇରାଲ କରିବ ବୋଲି ପୁଷ୍ପଲତାଙ୍କୁ ଧମକ ଦେଲା ।

ସ୍ୱାମୀଙ୍କ ସହ ଖୁସିରେ ଥିବା ପୁଷ୍ପଲତା ହଠାତ୍ ଏଭଳି ଧମକରେ ହଡବଡେଇଗଲେ । ଆଉ ଏହି ଧମକ ଅଟକିଲା ନାହିଁ । ବାରମ୍ବାର ସଂଜୟ ବିଭିନ୍ନ ପ୍ରକାର ଧମକ ଦେଲା । ଯେହେତୁ ପୁଷ୍ପଲତା ପୂର୍ବରୁ ସଂଜୟ ସହ ୫-୬ ବର୍ଷ ଥିଲେ, ତେଣୁ ସଂଜୟ ଅନେକ ସମୟର ଭିଡିଓ ତିଆରି କରିଥିଲା । ପୁଷ୍ପଲତା ଏସବୁ ଶୁଣି ଡରିଗଲେ ଏବଂ ସଂଜୟ ପାଖକୁ ଆସିବା ପାଇଁ ଏକ ପ୍ରକାର ବାଧ୍ୟ ହୋଇଗଲେ । କିନ୍ତୁ ପୁଷ୍ପଲତା ଜାଣିନଥିଲେ, ସଂଜୟର ଡାକରା ମୃତ୍ୟୁର ଡାକରା ଥିଲା ବୋଲି । ସଂଜୟ ପ୍ଲାନ କରିସାରିଥିଲା, ପୁଷ୍ପଲତାଙ୍କୁ ଆଉ ଏ ଦୁନିଆଁରେ ରଖେଇ ଦେବ ନାହିଁ । ଆଉ ପୁଷ୍ପଲତା ଫେରି ଆସିବା ପରେ ପ୍ରତିଶୋଧ ନେଲା ସଂଜୟ । ତଂଟିଚିପି ହତ୍ୟା କରିଦେଲା । ଆଉ ତାପରେ କେହି ଯେମିତି ଜାଣିପାରିବେ ନାହିଁ, ମୁଣ୍ଡକୁ କାଟି ନେଇ ଅନ୍ୟ ଜାଗାରେ ଫିଙ୍ଗିଦେଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe