ରାଜଧାନୀରୁ ଉଦ୍ଧାର ହେଲା ୧୦ଫୁଟିଆ ଅଜଗର

Advertisment
ରାଜଧାନୀରୁ ଉଦ୍ଧାର ହେଲା ୧୦ଫୁଟିଆ ଅଜଗର

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଗଲଫ୍‌ କ୍ଲବ ନିକଟରୁ ରବିବାର ଏକ ୧୦ଫୁଟିଆ ଅଜଗର ସାପ ଉଦ୍ଧାର ହୋଇଛି। ଏହି ସାପଟି କ୍ଲବ୍‌ର ବାଡରେ ଘେରା ଯାଇଥିବା ଜାଲିରେ ଫସି ଯାଇଥିଲା। ଲୋକେ ଅଜଗର ସାପକୁ ଜାଲରେ ଫସିଥିବା ଦେଖି ସ୍ନେକ୍‌ ହେଲପ୍‌ ଲାଇନ୍‌କୁ ଖବର ଦେଇଥିଲେ। ସ୍ନେକ୍‌ ହେଲପ୍‌ ଲାଇନ୍‌ର ସଦସ୍ୟ ସୁଭେନ୍ଦୁ ମଲ୍ଲିକ୍‌ ଓ ପୂର୍ଣ୍ଣଚନ୍ଦ୍ର ଦାସ ଗଲଫ୍‌ କ୍ଲବ୍‌ ନିକଟରେ ପହଞ୍ଚି ଏହି ଅଜଗର ସାପକୁ ଉଦ୍ଧାର କରିଥିଲେ।

ସ୍ନକ୍‌ ହେଲପ୍‌ ଲାଇନ୍‌ ସଦସ୍ୟ ସୁଭେନ୍ଦୁ ମଲ୍ଲିକ ଓ ପୂର୍ଣ୍ଣଚନ୍ଦ୍ର ଦାସ ଗଲଫ୍‌ କ୍ଲବ୍‌ ନିକଟରେ ପହଞ୍ଚି ଜାଲରୁ ସାପକୁ ଉଦ୍ଧାର କରିବା ପାଇଁ ପ୍ରଥମେ ଯେଉଁ ଚେଷ୍ଟା କରିଥିଲେ ସେଥିରେ ଅସଫଳ ରହିଥିଲେ। କାରଣ ସାପଟି ମୁହଁ ସମ୍ପୂର୍ଣ୍ଣ ଭାବେ ଜାଲରେ ଛନ୍ଧି ହୋଇ ଯାଇଥିଲା। ଯେପରି ସାପକୁ କୌଣସି ଆଘତ ନପହଞ୍ଚେ ତାହାକୁ ଦୃଷ୍ଟିରେ ରଖି ସୁଭେନ୍ଦୁ ମଲ୍ଲିକ ଓ ପୂର୍ଣ୍ଣଚନ୍ଦ୍ର ଦାସ ଜାଲକୁ କାଟି ଦେଇଥିଲେ। ଏହାପରେ ଯାଇ ଅଜଗର ଉଦ୍ଧାର କରାଯାଇଥିଲା ଏବଂ ସୁରକ୍ଷିତ ଅଛି କି ନାହିଁ ପରୀକ୍ଷା କରିବା ପରେ ଚନ୍ଦକା ଜଙ୍ଗଲରେ ଛଡ଼ା ଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe