ପାଞ୍ଚ ମିନିଟ୍‌ରେ ପ୍ରଶ୍ନ?

Advertisment
ପାଞ୍ଚ ମିନିଟ୍‌ରେ ପ୍ରଶ୍ନ?

ପ୍ରଶ୍ନ ୧- ବଜେଟ୍‌କୁ ନେଇ କି’ ପ୍ରକାର ଆଶା ଥିଲା?
ବଜେଟ୍‌ରେ ମୁଖ୍ୟତଃ ଗରିବ ଓ ଶ୍ରମିକ ଶ୍ରେଣୀର ବ୍ୟକ୍ତିମାନଙ୍କୁ ପ୍ରାଧାନ୍ୟ ଦେବାର ଆବଶ୍ୟକତା ଥିଲା। କିନ୍ତୁ ସେମିତି କିଛି ହେଲାନି। ଏପରିକି ସାଧାରଣ ଲୋକଙ୍କ ପାଇଁ ବି ସେମିତି କିଛି ଖାସ୍‌ ନାହିଁ।

ପ୍ରଶ୍ନ ୨- ଜଣେ ବି ଓଡ଼ିଆ କଳାକାରଙ୍କୁ ‘ପଦ୍ମ’ ପୁରସ୍କାର ନ ମିଳିବା ସଂପର୍କରେ କ’ଣ କହିବେ?
ନ ମିଳୁ। ଏଥିରେ ଦୁଃଖ କରିବାର କ’ଣ ଅଛି? ମୋ ମତରେ ପୁରସ୍କାର, ପ୍ରତିଭାର ମାନଦଣ୍ଡ ନ ହେଉ। ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ମିହିର ଦାସ, ମୀନକେତନ, ଅଶ୍ରୁମୋଚନଙ୍କ ଭଳି କଳାକାର ଅନ୍ୟ ଯେକୌଣସି ଇଣ୍ଡଷ୍ଟ୍ରିର କଳାକାରଙ୍କଠାରୁ କମ୍‌ ନୁହଁନ୍ତି। ଅପରପକ୍ଷେ ଓଡ଼ିଶାରେ ବହୁତ ପ୍ରତିଭାସଂପନ୍ନ ବ୍ୟକ୍ତି ଅଛନ୍ତି, ଯେଉଁମାନେ ଭାରତ ସମେତ ବିଦେଶରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ଓଡ଼ିଶା ଓ ଓଡ଼ିଆ କୌଣସି ଗୁଣରେ କମ୍ ନୁହେଁ।

ପ୍ରଶ୍ନ ୩- ରାଜନେତାମାନେ ମହାପୁରୁଷଙ୍କ ନାମରେ ବିବାଦୀୟ ମନ୍ତବ୍ୟ ଦେବା କେତେଦୂର ଠିକ୍?
ଆଦୌ ଗ୍ରହଣୀୟ ନୁହେଁ। ଏଥିପାଇଁ ଦଣ୍ଡବିଧାନର ଆବଶ୍ୟକତା ଅଛି। ଲୋକେ ବି ଏହା ବିରୋଧରେ ରାଜରାସ୍ତାକୁ ଓହ୍ଲାଇବା ଆବଶ୍ୟକ। ନଚେତ୍‌ ସମାଜରୁ ସଂସ୍କାର ଲୋପ ପାଇଯିବ ଓ ପରବର୍ତ୍ତୀ ପିଢ଼ି ଦିଗହରା ହୋଇଯିବେ। ଭୁଲ୍‌ ଠିକ୍ ଭିତରେ ପ୍ରଭେଦ ଜାଣିପାରିବେନି।

ପ୍ରଶ୍ନ ୪- ବଜେଟ୍‌‌ରେ ଡିଜିଟାଲାଇ‌ଜେସନ୍‌ ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ଏହାକୁ ନେଇ ଆପଣ କ’ଣ କହିବେ?
ସରକାର ଭଲ ପଦକ୍ଷେପ ନେଇଛନ୍ତି। ବିଶ୍ବ ସହ ଆମକୁ ତାଳ ଦେଇ ଚାଲିବାକୁ ହେବ। କରୋନା‌ରେ ଡିଜିଟାଲାଇଜେସନ୍‌ ହିଁ ଅର୍ଥ ବ୍ୟବସ୍ଥାକୁ ଭୁଶୁଡ଼ିବାକୁ ଦେଇନଥିଲା। ଘରେ ବସି ଲୋକ ଅଫିସ୍‌ କାମ କରିପାରିଲେ। ମୋ ମତରେ ସବୁ କ୍ଷେତ୍ରରେ ଡିଜିଟାଲାଇ‌ଜେସନ୍‌ ହେବା ଉଚିତ। ନଚେତ୍‌ ଏ ସମାଜ ପଙ୍ଗୁ ହୋଇଯିବ।

ପ୍ରଶ୍ନ ୫- ପ୍ରେମ ବ୍ୟାପାରକୁ ନେଇ ହତ୍ୟା, ଆତ୍ମହତ୍ୟା ବୃଦ୍ଧି ପାଉଛି। ଏହା ଉପରେ ଆପଣଙ୍କ ମତ?
ଆଜିର ଯୁବପିଢ଼ି ଭିତରେ ଭଗବତ୍‌ ଚିନ୍ତାଧାରା ଅଭାବ ପରିଲକ୍ଷିତ ହେଉଛି। ମିଛ, ମାୟା ପଛରେ ଗୋଡ଼େଇ ଗୋଡ଼େଇ ସେମାନେ ଦିଗହରା ହୋଇଯାଉଛନ୍ତି। ତେଣୁ ଶୈଶବରୁ ପରିବାରରେ ସଂସ୍କାରମୂଳକ ଶିକ୍ଷା ଦିଆଯିବା ଦରକାର।

ଡ.ଗିରୀଶ ରଂଜନ ସାହୁ, ଲେଖକ ଓ ଗବେଷକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe